ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ଆୟୋଜିତ ହୋଇଥିବା ଆଇଫା ଆୱାର୍ଡ ଶୋରେ ଶାନଦାର ଡାନ୍ସ କରି ଫ୍ୟାନ୍ସଙ୍କୁ ପୁଣିଥରେ ଦିୱାନା କରିଦେଇଛନ୍ତି । ଖାସ କରି ସଲମାନ ଖାନଙ୍କୁ । ତାଙ୍କ ଡାନ୍ସ ସମୟରେ ଦେଖିବାକୁ ମିଳିଥିଲା ସଲମାନ ଖାନଙ୍କ ଚିତ୍କାର । ଆଜ୍ଞା ହଁ, ନିଜ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଡାନ୍ସ ଷ୍ଟେଜ ଉପରେ ଦେଖି ଆଉ ନିଜକୁ ସମ୍ଭାଳିପାରିନଥିଲେ ସଲମାନ। ଆଇଫା ଶୋର ହୋଷ୍ଟ ଆୟୁଷ୍ମାନ ଖୁରାନା, କ୍ୟାଟଙ୍କ ନାମ ନେବା ମାତ୍ରେ ସଲମାନ ଠିଆ ହୋଇ ଜୋର ତାଳି ମାରି କ୍ୟାଟଙ୍କ ସ୍ବାଗତ କରିଥିଲେ ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କ୍ୟାଟ ଦମଦାର ଡାନ୍ସ ପରଫର୍ମ କରୁଥିବାର ନଜର ଆସୁଛନ୍ତି । ତାଙ୍କ ଅନ୍ଦାଜ ଏବଂ ଡାନ୍ସ ଦେଖି ସଲମାନ ପ୍ରଥମେ ତାଳି ମାରିଥିଲେ । ଏହାପରେ ନିଜ ଆସନରୁ ଉଠି ଚିତ୍କାର କରିଥିଲେ ।
ଆଇଫା ଆୱାର୍ଡ ଶୋରେ କ୍ୟାଟ୍ରିନା, ସଲମାନ, ସାରା ଅଲ୍ଲୀ ଖାନ, ଆୟୁଷ ଶର୍ମା, ରଣବୀର ସିଂ ଭଳି କଳାକାର ଷ୍ଟେଜ ପରଫର୍ମ ଦେଇ ରାତିକୁ ଶାନଦାର କରିଥିଲେ ।