ନୂଆଦିଲ୍ଲୀ: ଅଭିନେତା ବିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ରିଲେସନସିପକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି । କିନ୍ତୁ ଦୁହେଁ ଏବିଷୟରେ ସର୍ବସାଧାରଣଙ୍କ ଆଗରେ ସ୍ବୀକାର କରିନାହାଁନ୍ତି ।
ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏହି ଖବରକୁ ନିଶ୍ଚିତ କରିଛନ୍ତି ।
- " class="align-text-top noRightClick twitterSection" data="
">
ହର୍ଷବର୍ଦ୍ଧନ, ବିକ୍କି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି ।
ବାସ୍ତବରେ, ଏକ ସାକ୍ଷାତକାରରେ ହର୍ଷବର୍ଦ୍ଧନଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ସେ ଇଣ୍ଡଷ୍ଟ୍ରିରେ କାହାର ରିଲେସନସିପ୍ ଖବରକୁ ସତ ବୋଲି ଭାବନ୍ତି ?
ଏହାର ଉତ୍ତରରେ ହର୍ଷବର୍ଦ୍ଧନ କହିଛନ୍ତି, ବିକ୍କି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ । ବିକ୍କି ଏବଂ କ୍ୟାଟ୍ରିନା ଭଉୟ ଏକାଠି ଅଛନ୍ତି ଏବଂ ଏହା ସତ୍ୟ । ଏବେ ମୁଁ ଏହା କହି ଅସୁବିଧାରେ ପଡ଼ିପାରେ ।
ପ୍ରକାଶ ଥାଉ ଯେ, ନିକଟରେ, ବିକ୍କି କ୍ୟାଟ୍ରିନାଙ୍କ ଘର ବାହାରେ ନଜର ଆସିଥିଲେ । ଏଥିସହିତ ଦୁହିଁଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମଧ୍ୟ ମିଳିଥିଲା ।