ମୁମ୍ବାଇ: ପିଏମ ନରେନ୍ଦ୍ର ମୋଦି 22 ତାରିଖରେ ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଥିଲେ। ଯାହାକୁ ଗତ କାଲି ପୁରା ଦେଶ ପାଳନ କରିଥିଲା। କୋରୋନା ଭାଇରସ ଆତଙ୍କରୁ ସୁରକ୍ଷିତ ରହିବା ପାଇଁ ନିଜ ନିଜ ଘରେ ରହିଥିଲେ ଜନସାଧାରଣ। ସେହିପରି ବଲିଉଡ ସେଲିବ୍ରିଟି ମଧ୍ୟ ନିଜ ନିଜ ଘରେ ରହି ପିଏମ ମୋଦିଙ୍କ ଏହି ଅଭିଯାନର ସମର୍ଥନ କରିଥିଲେ। ଇତିମଧ୍ୟରେ କିଛି କଳକାରା ନିଜ ବନ୍ଧୁତାରେ କୌଣସି ଦୂରତା ଆଣିନଥିଲେ।
ଏମିତି କିଛି ଦେଖିବାକୁ ମିଳିଛି ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସୋସିଆଲ ମିଡିଆ ପୋଷ୍ଟରେ । ରବିବାର ସେ ଇନଷ୍ଟାଗ୍ରାମରେ ଭିଡିଓ କଲର ଏକ ସ୍କ୍ରନସଟ ସେୟାର କରିଥିଲେ। ଯେଉଁଥିରେ ସେ ଜନତା କର୍ଫ୍ୟୁ ସମୟରେ ଘରେ ବସି ଅଭିନେତା ଅର୍ଜୁନ କପୁର ଓ ବରୁଣ ଧୱନଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି।
ଫଟୋଟିକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଉପଯୁକ୍ତ ନାମ#isolatedursରେ ତିଆରି ହୋଇଥିବା କ୍ଲବରେ ଆମର ସାକ୍ଷାତ।’ ଫଟୋରେ କ୍ୟାଟ୍ରିନା ହସୁଥିବା ବେଳେ ବରୁଣ ଘରେ ଶୋଇଥିବାର ନଜର ଆସୁଛନ୍ତି। ସେହିପରି ଅର୍ଜୁନ କମେଡି କରୁଥିବାର ଦେଖାଯାଉଛନ୍ତି।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ବର୍ତ୍ତମାନ ପୁରା ବିଶ୍ବରେ କୋରୋନା ଭାଇରସକୁ ନେଇ ଭୟଭିତ । ଏମିତି ପରିସ୍ଥିତିରେ ଅନେକ କଳାକାର ନଜିକୁ ଆଇସୋଲେସନରେ ରଖିଛନ୍ତି।