ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ଚର୍ଚ୍ଚିତ ଫିଲ୍ମ ‘ପତି ପତ୍ନୀ ଔର’ ଦେଖିବାକୁ ଏକ୍ସାଇଟେଡ ଦର୍ଶକ । ଫିଲ୍ମଟି ଆସନ୍ତା ମାସ 6ରେ ରିଲିଜ ହେବାକୁ ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି । ପ୍ରଥମଥର କାର୍ତ୍ତିକଙ୍କ ସହ ଫିଲ୍ମରେ ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେ ରୋମାନ୍ସ କରୁଥିବାର ନଜର ଆସିବେ । ଇତିମଧ୍ୟରେ ଫିଲ୍ମର ପ୍ରଥମ ପାର୍ଟି ସଙ୍ଗ ‘ଧିମେ ଧିମେ’ ରିଲିଜ ହୋଇଯାଇଛି । ଗତ କାଲି(ରବିବାର) ରିଲିଜ ହୋଇଥିବା ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି । ଟୋନି କକ୍କର ଓ ନେହା କକ୍କରଙ୍କ କଣ୍ଠରେ ଏହି ଗୀତଟିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।
- " class="align-text-top noRightClick twitterSection" data="">
ସେହିପରି ଏହି ଗୀତରେ ଲିରିକ୍ସର ଯାଦୁ ଭରିଛନ୍ତି ଟୋନି, ତାନିଷ୍କ ବାଗଚି ଓ ମେଲ୍ଲେ ଡି । ଏହି ପାର୍ଟି ସଙ୍ଗରେ କାର୍ତ୍ତିକ ଅଫିସ ଗାର୍ଲଫ୍ରେଣ୍ଡ ଅନନ୍ୟାଙ୍କ ସହ କେତେବେଳେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ତ ଆଉ କେତେବେଳେ ପତ୍ନୀ ଭୂମିଙ୍କ ସହ । ପୂର୍ବରୁ ମଧ୍ୟ ଧିମେ ଧିମେ ମ୍ୟୁଜିକାଲ ଭିଡିଓରେ ଆନନ୍ଦ ନେଇସାରିଛନ୍ତି ଦର୍ଶକ । ଏବେ ଏହି ଗୀତକୁ ରିକ୍ରିଏଟ କରାଯାଇ ଫିଲ୍ମରେ ବ୍ୟବହାର କରାଯାଇଛି । ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ‘ପତି ପତ୍ନୀ ଔର ୱୋ’ର ଦମଦାର ଟ୍ରେଲରକୁ ଏଯାବତ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି ।
1978ରେ ଆସିଥିବା ବିଆର ଚୋପ୍ରାଙ୍କ ଫିଲ୍ମ ‘ପତି ପତ୍ନୀ ଔର’ର ଏହା ରିମେକ ଫିଲ୍ମ । 70 ଦଶକର ଏହି ସୁପରହିଟ୍ କମେଡି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସଞ୍ଜୀବ କୁମାର । ଆଉ ତାଙ୍କ ପତ୍ନୀ ଭୂମିକାରେ ବିଧ୍ୟା ସିହ୍ନା ନଜର ଆସିଥିବା ବେଳେ ତାଙ୍କ ସେକ୍ରେଟରି ରୂପେ ଅଭିନୟ କରିଥିଲେ ରଞ୍ଜୀତା କୌର ।