ETV Bharat / sitara

ସାରାଙ୍କ ବୟଫ୍ରେଣ୍ଡ ହେବାକୁ ଚାହୁଁନାହାଁନ୍ତି କାର୍ତ୍ତିକ

author img

By

Published : Oct 12, 2019, 11:38 AM IST

କିଛି ଦିନ ବଲିଉଡରେ ନୂଆ ଲଭବାର୍ଡ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକଙ୍କ ପ୍ରେମ ଚର୍ଚ୍ଚା ଶୁଣିବାକୁ ମିଳୁଛି । କିନ୍ତୁ ଏବେ ଏହା ଉପରେ ଫୁଲଷ୍ଟପ ଲଗାଇଛନ୍ତି କାର୍ତ୍ତିକ ।

ଫଟୋ ସୌଜନ୍ୟ: ଅନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ ଫ୍ୟାନକ୍ଲବ

ମୁମ୍ବାଇ: କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ ଓ ନଟଖଟ ସାରା ଅଲ୍ଲୀ ଖାନଙ୍କ ଅଫେୟାର ଚର୍ଚ୍ଚା ସବୁବେଳେ ଦେଖିବାକୁ ମିଳୁଛି । ଯେବେ ଠାରୁ କାର୍ତ୍ତିକ ଓ ସାରା ଫିଲ୍ମ ‘ଲଭ ଆଜ କଲ’ର ସିକ୍ବେଲ ଫିଲ୍ମ ‘ଆଜକଲ’ରେ କାମ କରିବା ଆରମ୍ଭ କରିଥିଲେ, ତେବେ ଠାରୁ ଦୁଇଜଣଙ୍କ ସମ୍ପର୍କ ଚର୍ଚ୍ଚା ଧରିଥିଲା । ଦୁଇଜଣଙ୍କୁ ପ୍ରାୟତଃ ଏୟାରପୋର୍ଟ, ଡିନର ଡେଟ, ଲଞ୍ଚ ଡେଟରେ ଏକାଠି ଦେଖିବାକୁ ମିଳୁଛି । ଦୁଇଜଣଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି ।

ଇତିମଧ୍ୟରେ କାର୍ତ୍ତିକ ଏମିତି କିଛି କହିଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ । ସେ ମିଡିଆ ଫଟୋଗ୍ରାଫରଙ୍କୁ ଅନୁରୋଧ କରିଛନ୍ତି ଯେ ସାରଙ୍କ ସହ ତାଙ୍କ ଫଟୋ କ୍ଲିକ ନ କରିବା ପାଇଁ ।
ତାଙ୍କ ଅନୁଯାୟୀ ଯେବେ କାମ ବ୍ୟତୀତ ସେ ସାରାଙ୍କ ସହ କୁଆଡେ ମଧ୍ୟ ଯିବା ପାଇଁ ବାହାରୁଛନ୍ତି, ତେବେ ଫଟୋଗ୍ରାଫର୍ସ ଦୁଇଜଣଙ୍କ ଫଟୋ ଉଠାଇବାରେ ଲାଗି ପଡୁଛନ୍ତି । ଯାହା ତାଙ୍କୁ ଆଦୌ ଭଲ ଲାଗୁନାହିଁ । ସାରାଙ୍କ ବୟଫ୍ରେଣ୍ଡ ରୂପେ ନୁହେଁ ଲୋକେ ତାଙ୍କୁ ତାଙ୍କ କାମ ପାଇଁ ଜାଣନ୍ତୁ ବୋଲି କହିଥିଲେ କାର୍ତ୍ତିକ ।

ପ୍ରକାଶ ଥାଉକି ଆଜକଲର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ । ଏବେ ସାରା ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘କୁଲି ନଂ-1’ର ସୁଟିରେ ବ୍ୟସ୍ତ ଅଛନ୍ତି । ସେହପରି କାର୍ତ୍ତିକଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଅଛି । ‘ପତି ପତ୍ନୀ ଔର ୱୋ’, ‘ଦୋସ୍ତାନା -2’, ‘ଭୁଲ ଭୁଲୈୟା 2’ ଭଳି ଫିଲ୍ମରେ ନଜର ଆସିବେ ସେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.