ETV Bharat / sitara

ସାରାଙ୍କ ସହ ପାର୍ଟି କରିବାକୁ ଚାହୁଁଛନ୍ତି କାର୍ତ୍ତିକ

ଖୁବ୍ ଶୀଘ୍ର ପରଦାରେ ଏକାଠି ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ । ଦର୍ଶକ ଦୁଇଜଣଙ୍କ ରୋମାନ୍ସ ସିଲଭର ସ୍କ୍ରିନରେ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ଇତିମଧ୍ୟରେ କାର୍ତ୍ତିକ, ସାରାଙ୍କ ସହ ପାର୍ଟି କରିବାକୁ ଡିମାଣ୍ଡ କରିବସିଛନ୍ତି ।

author img

By

Published : Mar 25, 2019, 5:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ନୂଆଦିଲ୍ଲୀ: ବଲିଉଡରେ ଫିଲ୍ମ 'କେଦାରନାଥ' ଜରିଆରେ ଶାନଦାର ଡେବ୍ୟୁ କରିଥିବା ପପୁଲାର ଷ୍ଟାର କିଡ ସାରା ଅଲ୍ଲୀ ଖାନ ଆସିବା ମାତ୍ରେ ହଜାର ହଜାର ଦର୍ଶକଙ୍କ ହୃଦୟ ଜତିବାରେ ସଫଳ ହୋଇପାରିଛନ୍ତି । ସୋସିଆଲ ମିଡିଆରୁ ନେଇ ଇଣ୍ଟରଭ୍ୟୁଜ, ଚାର୍ଟ ଶୋଜ ଆଉ ନିଜ ଫିଲ୍ମ ପ୍ରମୋଶନ ଜରିଆରେ ସବୁ ସ୍ଥାନରେ ସାରା ଛାଇ ରହିଆସୁଛନ୍ତି । ନିକଟରେ ଆୟୋଜିତ ହୋଇଥିବା ଫିଲ୍ମଫେୟାର ଆୱାର୍ଡରେ ସାରାଙ୍କୁ ବେଷ୍ଟ ଡେବ୍ୟୁ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଏହି ଅବସରରେସେ ନିଜ ଫ୍ୟାମିଲି ସହ ଏହାକୁ ଖୁବ୍ ଧୁମଧାମରେ ସେଲିବ୍ରେଶନ କରିଥିଲେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ଲାକ ଲେଡୀ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସବୁଠାରୁ ମଜାଦାର କଥା ହେଲା ଅଭିନେତା କାର୍ତ୍ତିକ ଆର୍ୟନଙ୍କ କମେଣ୍ଟ ।

କାର୍ତ୍ତିକ, ସାରାଙ୍କୁ ୱିଶ କରି କମେଣ୍ଟରେ ଲେଖିଛନ୍ତି, "ଏବେ କଫିରେ ଆଉ କାମ ଚଳିବ ନାହିଁ । ଦିଲ୍ଲୀରେ ପାର୍ଟି ଦେବାକୁ ପଡିବ ।"

ପ୍ରକାଶ ଥାଉକି କିଛି ଦିନ ହେବ ଦୁଇଜଣଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି ଯେ ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି ବୋଲି । କିନ୍ତୁ ଏହା କେତେ ଦୂର ସତ ତାହା କାହାରିକୁ ଜଣାନାହିଁ । ଅନ୍ୟପଟେ ଦୁଇଜଣ ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ସପୁରହିଟ୍ ଫିଲ୍ମ 'ଲଭ ଆଜ କଲ' ଫିଲ୍ମର ସିକ୍ବେଲ ଫିଲ୍ମ 'ଲଭ ଆଜ କଲ-2'ରେ ଏକାଠି ନଜର ଆସିବେ ।

ଯାହାକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଖୁବ୍ କ୍ରେଜ ଦେଖିବାକୁ ମିଳୁଛି । କାରଣ ଦୁଇଜଣଙ୍କ ଚର୍ଚ୍ଚା ହେବା ପରଠାରୁ ଫ୍ୟାନ୍ସଙ୍କ ବଡ ପରଦାରେ କାର୍ତ୍ତିକ ଓ ସାରାଙ୍କୁ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି ।

Intro:Body:

ମୁମ୍ବାଇ: ଶେଷରେ ସୁଟିଂକୁ ଫେରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଗତବର୍ଷ ଫିଲ୍ମ 'ପଦ୍ମାବତ'ଜରିଆରେ ବକ୍ସଅଫିସରେ ଧମାଲ କରିଥିବା ଦୀପିକା ମେଘନା ଗୁଲଜାରଙ୍କ ଫିଲ୍ମ 'ଛପାକ'ର ସୁଟିଂ ଆଜି ଆରମ୍ଭ କରିଥିବାବେଳେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଫିଲ୍ମର ଫାଷ୍ଟ ଲୁକ।

ତେବେ ଫିଲ୍ମ 'ଛପାକ' ଏକ ମହିଳା କୈନ୍ଦ୍ରିକ ଓ ଏସିଡ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀକୁ ନେଇ ଆଧାରିତ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର। ତେବେ ସାମନାକୁ ଆସିଥିବା ଫାଷ୍ଟ ଲୁକରେ ଦୀପିକା ସମ୍ପୂର୍ଣ୍ଣ ଲକ୍ଷ୍ମୀଙ୍କ ପରି ନଜର ଆସିଛନ୍ତି। ଫଟୋଟି ଦେଖି ଲାଗୁଛି ଯେ ଲକ୍ଷ୍ମୀ ନିଜ ଜୀବନର ସମସ୍ତ ଦୁଃଖ କଷ୍ଟ ହସିହସି ସାମନା କରିଛନ୍ତି। 

ପ୍ରକାଶ ଥାଉକି, ଦୀପିକାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଭିକ୍ରାନ୍ତ ମୌସୀ। ଫିଲ୍ମର ଫାଷ୍ଟ ଲୁକ ସହ ରିଲିଜ ଡେଟ ବି ଘୋଷଣା କରିଛନ୍ତି ଦୀପିକା। ଫାଷ୍ଟ ଲୁକ ସେୟାର କରି ଦୀପିକା ଶୀର୍ଷକରେ ଲେଖିଛନ୍ତି, ଗୋଟିଏ ଭୂମିକା ଯାହା ମୋ ସହ ସର୍ବଦା ରହିବ 'ମାଲତୀ'। ଛପାକ ସୁଟିଂ ଆଜି ଆରମ୍ଭ ହେଲା। 2020 ଜାନୁୟାରୀ 10ରେ ରିଲିଜ।'

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.