ETV Bharat / sitara

କମେଡିର ଓଭରଡୋଜ ନେଇ ଫେରିଲେ କାର୍ତ୍ତିକ, ଦେଖନ୍ତୁ ଟ୍ରେଲର - ଭୂମି ପେଡନେକରଙ୍କ ଆଗାମୀ ଫିଲ୍ମ

ଡିସେମ୍ବର 6ରେ ରିଲିଜ ହେବାକୁ ପ୍ରସ୍ତୁତ ‘ପତି ପତ୍ନୀ ଔର ୱୋ’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର କମେଡିରେ ଭରପୁର ଟ୍ରେଲର । ଯାହାକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
author img

By

Published : Nov 4, 2019, 7:56 PM IST

ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଫ୍ୟାନ୍ସଙ୍କୁ ହସାଇବା ପାଇଁ ପୁଣି ପ୍ରସ୍ତୁତ ହୋଇସାରିଲେଣି। କିଛି ଦିନ ହେବ ଚର୍ଚ୍ଚାରେ ଥିବା ତାଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’କୁ ଏକ୍ସାଇଟେଡ ଦର୍ଶକ । ଏହାର ଫାଇଦା ଉଠାଇ ମେକର୍ସ ଫିଲ୍ମର ଶାନଦାର ଟ୍ରେଲର ରିଲିଜ କରିଦେଇଛନ୍ତି। ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ଦର୍ଶକଙ୍କୁ ଏକ୍ସାଇଟମେଣ୍ଟ ଦୁଇ ଗୁଣ ବଢାଇ ଦେଇଛି । ଫିଲ୍ମରେ କାର୍ତ୍ତିକ ଯେଉଁଠାରେ ଚିଣ୍ଟୁ ତ୍ୟାଗୀ ଭୂମିକାରେ ଅଭିନୟ କରୁଛନ୍ତି । ସେହିଠାରେ ଭୂମି ପେଡନେକର ତାଙ୍କ ପତ୍ନୀ ବେଦିକା ତ୍ରିପାଠୀ ଓ ଅନନ୍ୟା ପାଣ୍ଡେ ତାଙ୍କ ଅଫିସ ଗାର୍ଲଫ୍ରେଣ୍ଡ ତପସ୍ୟା ରୂପେ ନଜର ଆସୁଛନ୍ତି।

ଦର୍ଶକଙ୍କୁ ‘ପତି ପତ୍ନୀ ଔର ୱୋ’ ଟ୍ରେଲରଟି ଏତେ ପସନ୍ଦ ଆସିଛି ଯେ ରିଲିଜ ହେବା ସଙ୍ଗେ ସଙ୍ଗେ ୟୁଟ୍ୟୁବରେ 4 ଲକ୍ଷରୁ ଅଧିକ ଭ୍ୟୁ ଏବଂ କମେଣ୍ଟ ମିଳିସାରିଲାଣି । ଫିଲ୍ମର ଟ୍ରେଲର ଚିଣ୍ଟୁ ତ୍ୟାଗୀ ତଥା କାର୍ତ୍ତିକଙ୍କ ପରିଚୟରୁ ଆରମ୍ଭ ହେଉଛି । ଯିଏ ଚାକିରୀ କରିସାରିବା ପରେ ପରିବାରଙ୍କ କଥାରେ ଭୂମିଙ୍କ ସହ ବିବାହ କରିନେଉଛନ୍ତି । କିନ୍ତୁ ଅଫିସରେ କାମ କରୁଥିବା ସମୟରେ ତାଙ୍କ ସାକ୍ଷାତ ଅନନ୍ୟାଙ୍କ ସହ ହେଉଛି । ଆଉ ତାଙ୍କୁ ଦେଖି ନିଜ ହୃଦୟ ହାରି ଦେଉଛନ୍ତି କାର୍ତ୍ତିକ।

  • " class="align-text-top noRightClick twitterSection" data="">

ସବୁଥର ପରି କାର୍ତ୍ତିକ ଏହି ଫିଲ୍ମରେ ମଧ୍ୟ ନିଜ ଦମଦାର କମେଡି ନେଇ ଫେରିଛନ୍ତି । ଯାହା ଦର୍ଶକଙ୍କୁ ହସାଇବାରେ ଫେଲ୍ ମାରିବ ନାହିଁ । କାର୍ତ୍ତିକଙ୍କ କମେଡି ସହ ଫିଲ୍ମରେ ଅଭିନେତା ଅପାରଶକ୍ତି ଖୁରାନାଙ୍କ କମେଡି ତଡକା ମଧ୍ୟ ଦର୍ଶକଙ୍କୁ ଖୁବ୍ ହସାଇବ।

ପ୍ରକାଶ ଥାଉକି ରୋମାଣ୍ଟିକ, କମେଡି ଡ୍ରାମା ଉପରେ ଆଧାରିତ ‘ପତି ପତ୍ନୀ ଔର ୱୋ’ 1978ରେ ଆସିଥିବା ପତି ‘ପତ୍ନୀ ଔର ୱୋ’ର ରିମେକ ଫିଲ୍ମ । ଡିସେମ୍ବର 6ରେ ସିନେମାଘରେ ଦେଖିବାକୁ ମିଳିବ କାର୍ତ୍ତିକଙ୍କ ଏହି କମେଡି ଫିଲ୍ମ।

Intro:Body:

LIPINA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.