ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। କୋରୋନା ସଙ୍କଟ ସମୟରେ ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାରେ ବ୍ୟସ୍ତ। ଏଥି ନିମନ୍ତେ ସେ ଅନଲାଇନରେ ଏକ ଶୋ ମଧ୍ୟ ଆରମ୍ଭ କରିଛନ୍ତି । ତାଙ୍କ ଏହି ଅଭିଯାନର ଖୁବ୍ ପ୍ରଶଂସା କରିଛନ୍ତି ତାଙ୍କ ଉଭଣୀ କ୍ରିତିକା ଆର୍ୟନ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ସେୟାର କରି ଭାଇଙ୍କ ଉପରେ ଗର୍ବିତ ବୋଲି ଜଣାଇଛନ୍ତି । ସେ କାର୍ତ୍ତିକଙ୍କ କିଛି ଫଟୋ, ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପ୍ରେମର କୋକି, ମୁଁ ଗଣିକି କହିପାରିବି ନାହିଁ ତୁମେ ମତେ କେତେଥର ଗର୍ବିତ ଅନୁଭବ କରାଇଲଣି । ଆଉ ଏବେ ଏହି ଲିଷ୍ଟରେ ଆଉ ଏକ ଜିନିଷ ସମ୍ପୃକ୍ତ ହୋଇଛି । କୋକି ପୁଛେଗା ଶାନଦାର ଅଭିଯାନ। ଏହି ଶୋ ବହୁତ ଭଲ। ଆଉ ମୁଁ ଗର୍ବିତ ଯେ ଆପଣ ପରିଶ୍ରମ ସହ ସଠିକ୍ ରୂପେ ଏହି କାର୍ଯ୍ୟ କରୁଛନ୍ତି।’