ETV Bharat / sitara

‘ଶେହଜାଦା ସୁରୁ’ କରି ଫଟୋ ସେୟାର କଲେ କାର୍ତ୍ତିକ

author img

By

Published : Oct 25, 2021, 7:11 PM IST

'ସେହଜାଦା' ଫିଲ୍ମର ସୁଟିଂ ଆରମ୍ଭ କଲେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଦେଲେ ସୂଚନା । ଅଧିକ ପଢନ୍ତୁ...

'Shehzada' ସୁଟିଂ ଆରମ୍ଭ କଲେ କାର୍ତ୍ତିକ, ଫଟୋ କଲେ ସେୟାର

ମୁମ୍ବାଇ: ସମୟ ବ୍ୟର୍ଥ ନ କରି ଗୋଟିଏ ପ୍ରୋଜେକ୍ଟ ପରେ ଆଉ ଗୋଟେ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି ବଲିଉଡ଼ ଚକୋଲେଟ ବଏ କାର୍ତ୍ତିକ ଆର୍ଯ୍ୟନ । କୋ-ଷ୍ଟାର କ୍ରୀତି ସାନନଙ୍କ ସହ ସେ 'ସେହଜାଦା' ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏ ସମ୍ପର୍କରେ ସେ ଏକ କ୍ଲାସି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ମୁମ୍ବାଇର ଏକ ବଡ଼ ସୁଟିଂ ସେଟ୍‌ରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୋମବାର ଟିମରେ ଯୋଗ ଦେଇ ସୋସିଆଲ ମିଡ଼ିଆ ମାଧ୍ୟମରେ କାର୍ତ୍ତିକ ସୂଚନା ଦେଇଛନ୍ତି । ଫଟୋରେ କାର୍ତ୍ତିକ ଏକ ପ୍ରତିବିମ୍ବିତ ଚଟାଣରେ ଠିଆ ହୋଇଛନ୍ତି । ଏହାର କ୍ୟାପସନରେ ସେ ଏକ କ୍ରାଉନ ଇମୋଟିକନ ଦେଇ #Shehzada Shuru ବୋଲି ଲେଖିଛନ୍ତି ।

ରୋହିତ ଧୱନଙ୍କ ଏହି ଫିଲ୍ମରେ ପୁଣି ଏକାଠି ନଜର ଆସିବେ କାର୍ତ୍ତିକ ଓ କ୍ରୀତି । ଉଭୟ ପୂର୍ବରୁ ୨୦୧୯ ମସିହାରେ 'ଲୁକା ଛୁପ୍ପି'ରେ ନଜର ଆସିଥିଲେ । ତେବେ କ୍ରୀତି ଓ କାର୍ତ୍ତିକଙ୍କ ବ୍ୟତୀତ ଏଥିରେ ପରେଶ ରାୱଲ, ମନିଶା କୋଏରାଲା, ରନିତ ରଏ, ସଚ୍ଚିନ ଖାଡେକର ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.