ମୁମ୍ବାଇ: ବଲିଉଡ ତାରକା କାର୍ତ୍ତିକ ଆର୍ଯ୍ୟନ ନିଜର ଜନ୍ମଦିନରେ ରାମ ମାଧୱାନୀଙ୍କ ଥ୍ରୀଲର ଫିଲ୍ମ 'ଧମାକା'ରେ କାମ କରିବାକୁ ଘୋଷଣା କରିଥିଲେ । କାର୍ତ୍ତିକ ବର୍ତ୍ତମାନ ସେହି ଫିଲ୍ମର ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ କୋଭିଡ -19 ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିବାରୁ ତାଙ୍କ ମା' ଚିନ୍ତିତ ।
- " class="align-text-top noRightClick twitterSection" data="
">
ରୋନି ସ୍କ୍ରୁବାଲାଙ୍କ ଆରଏସବିପି ଏବଂ କୋ-ନିର୍ମାତା ଅମିତା ମାଧୱାନୀ ଫିଲ୍ମ 'ଧମାକା' ନିର୍ମାଣ କରୁଛନ୍ତି । ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ରିର୍ପୋଟର ଭାବରେ ନଜର ଆସିବେ । ନିକଟରେ, ଅଭିନେତା ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ କାର୍ତ୍ତିକ ଭଗବାନଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଥିବାର ଦେଖିବାକୁ ମିଳିଥିବାବେଳେ ଦ୍ବିତୀୟ ଫଟୋରେ ତାଙ୍କ ମା' କାର୍ତ୍ତିକଙ୍କୁ ନେଇ ଚିନ୍ତିତ ଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଫଟୋ ସେୟାର କରିବାବେଳେ କାର୍ତ୍ତିକ ସୁଟିଂକୁ ଯିବା ସହିତ ତାଙ୍କ ମା’ଙ୍କ ଚିନ୍ତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।କାର୍ତ୍ତିକ କ୍ୟାପସନ ଲେଖିଛନ୍ତି, 'ପ୍ରଭୁଙ୍କ ନାଁ ନେଇ ଆରମ୍ଭ କର...# ଧମାକା । ସ୍ବାଇପ୍ କରନ୍ତୁ ...ପୂର୍ବରୁ ଚିନ୍ତିତ ମୋ ମା'ଙ୍କୁ ଦେଖିବା ପାଇଁ ।
ପ୍ରକାଶ ଥାଉ ଯେ, କାର୍ତ୍ତିକଙ୍କୁ ଶେଷ ଥର ପାଇଁ ଫିଲ୍ମ 'ପତି ପତ୍ନୀ ଅର ଔ'ରେ ନଜର ଆସିଥିଲେ। ଏଥିରେ କାର୍ତ୍ତିକଙ୍କ ସହ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ