ହାଇଦ୍ରାବାଦ: ନିକଟରେ ଜାଭେଦ ଭୋପାଲ ଯାଇ ରାଜସ୍ଥାନୀ ଓଢଣା ଓ ବୁର୍ଖା ଉପରେ ନିଜ ମତ ରଖି ବିବାଦ ଘେରରେ ଆସିଛନ୍ତି । କର୍ଣ୍ଣୀସେନା ଧମକ ଦେଇଛି, ଯଦି ଜାଭେଦ କ୍ଷମା ନ ମାଗିଲେ ତେବେ ତାଙ୍କ ଘରେ ପଶି ମାଡ ମାରିବେ ।
କର୍ଣ୍ଣୀସେନାର କହିବା କଥା, 'ବୁର୍ଖାକୁ ଆତଙ୍କବାଦରେ ବ୍ୟବହାର କରାଯାଉଛି ଓ ସେଥିରେ ଦେଶ ସୁରକ୍ଷାର ପ୍ରଶ୍ନ ଉଠୁଛି । କିନ୍ତୁ ଜାଭେଦ ଯାହା କହିଛନ୍ତି ସେଥିପାଇଁ ତାଙ୍କ ଆଖି ତାଡିଦେବୁ ଓ ଜିଭ ବାହାର କରିଦେବୁ' ।
ପ୍ରକାଶ ଥାଉକି, ଜାଭେଦ ଗତ ଗୁରୁବାର ଭୋପାଲ ଯାଇଥିଲେ, ସେଠାରେ ସେ କହିଥିଲେ ଯଦି ତୁମେ ବୁର୍ଖାକୁ ବ୍ୟାନ କରିବାକୁ ଚାହୁଁଛ ତେବେ ମୋର କୌଣସି ଆପତ୍ତି ନାହିଁ ମାତ୍ର ରାଜସ୍ଥାନର ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତୁମକୁ ଓଢଣାକୁ ବି ବ୍ୟାନ କରିବାକୁ ହେବ । ତେବେ ଜାଭେଦଙ୍କ କହିବା କଥା, ମହିଳା ସଶକ୍ତିକରଣ ପାଇଁ ସେ ଏପରି କହିଛନ୍ତି ।
ତେବେ ରାଜପୁତ କର୍ଣ୍ଣୀସେନା ରାଜସ୍ଥାନର ଏକ ସଶକ୍ତ ସଂଗଠନ । ପଦ୍ମାବତ ରିଲିଜ ସମୟରେ ମଧ୍ୟ ଏହକୁ ବିରୋଧ କରିଥିଲା ମାତ୍ର ସବୁ ବାଧା ସତ୍ତ୍ବେ ଫିଲ୍ମ ରିଲିଜ ହୋଇଥିଲା । ସେହିପରି ମଣିକର୍ଣ୍ଣିକା ସମୟରେ ମଧ୍ୟ ବାଧା ସୃଷ୍ଟି କରିଥିଲା ।