ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କୋର୍ଟ ନିକଟରେ ପାରିତ କୃଷି ନୀତିକୁ ନେଇ କୃଷକଙ୍କ ବିରୋଧରେ କରାଯାଇଥିବା କଙ୍ଗନା ରଣାୱତଙ୍କ ଟ୍ବିଟ ବିରୋଧରେ ଏଫଆଇଆର ରୁଜୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ, କର୍ଣ୍ଣାଟକର ତୁମୁକୁରୁସ୍ଥିତ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ ନିକଟରେ ପାରିତ କୃଷି ନୀତିକୁ ନେଇ କୃଷକଙ୍କ ବିରୋଧରେ କରାଯାଇଥିବା କଙ୍ଗନାଙ୍କ ଟ୍ବିଟ ନେଇ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଜର୍ଜ ବିନୋଦ ବଲନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାରା 156 (3) ଅନୁଯାୟୀ ଅଭିଯୋଗ କରାଯିବା ନେଇ କୋର୍ଟ କହିଛନ୍ତି ।
ସେପ୍ଟେମ୍ବର 19 ଏବଂ 20 ରେ କଙ୍ଗନାଙ୍କ ଟ୍ବିଟର ହ୍ୟାଣ୍ଡେଲରୁ ଏହି ଦୁଇଟି ଟ୍ବିଟ୍ କରାଯାଇଥିଲା । ତେବେ କଙ୍ଗନା ଉଭୟ ଟ୍ବିଟ୍ ଡିଲିଟ କରିଦେଇଛନ୍ତି ।
କଙ୍ଗନା ଟ୍ବିଟ କରିଥିଲେ ଯେ, ‘ଯେଉଁମାନେ ଦିନରାତି କୃଷକଙ୍କ ଦୁର୍ଦ୍ଦଶା ନେଇ ଗର୍ଜନ କରୁଥିଲେ , ଆଜି ସେମାନେ ଦେଶହିତରେ କୃଷକଙ୍କ ସଶକ୍ତିକରଣ, ଆତ୍ମନିର୍ଭରଶୀଳ ବିଲ୍କୁ ବହିଷ୍କାର କରି, ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନାକୁ ରୋକିବାକୁ ଚାହୁଁଛନ୍ତି । ଏହି ଦୁଃଖୀ ଲୋକଙ୍କ ଦୁଃଖ ବୋଧେ କେବେ ଶେଷ ହେବ ନାହିଁ’ ।
ସେହିପରି ଅନ୍ୟ ଏକ ଟ୍ବିଟରେ କହିଥିଲେ, ‘‘ମାନ୍ୟବର ପ୍ରଧାନମନ୍ତ୍ରୀ, ଯିଏ ଶୋଇଥିବ ତାକୁ ଜାଗ୍ରତ କରିବା, କିନ୍ତୁ ଯିଏ ଶୋଇବାର ଅଭିନୟ କରୁଥିବ ତାକୁ ବୁଝାଇଲେ କଣ ଲାଭ ? ଇଏ ହେଉଛନ୍ତି ସେହି ଆତଙ୍କ ଯେଉଁମାନେ ସିଏଏ ଦ୍ବାରା ଜଣଙ୍କ ନାଗରିକତ୍ବ ଯାଇନାହିଁ କିନ୍ତୁ ଏମାନେ ରକ୍ତର ନଦୀ ବୁହାଇଦେଲେ ’’।