ନୂଆଦିଲ୍ଲୀ: ଦୀର୍ଘ ସମୟରେ ନ୍ୟୁୟର୍କରେ ରହିଆସୁଛନ୍ତି ବିଶିଷ୍ଟ ଅଭିନେତା ଋଷି କପୁର । ନ୍ୟୁୟର୍କରେ ସେ ନିଜର ଚିକିତ୍ସା କରାଉଛନ୍ତି । ଇତି ମଧ୍ୟରେ ବି-ଟାଉନର ଅନେକ କଳାକାର ତାଙ୍କୁ ସାକ୍ଷାତ ମଧ୍ୟ କରିସାରିଲେଣି । ଏଥର ତାଙ୍କୁ ଯିଏ ସାକ୍ଷାତ କରିବା ପାଇଁ ପହଞ୍ଚିଛନ୍ତି, ସେ ଅଭିନେତା ହେବା ସହ ଋଷିଙ୍କ ବଡ ଭାଇ ମଧ୍ୟ । ଆମେ ଏଠାରେ କଥା ହେଉଛୁ ଅଭିନେତା ରଣଧୀର କପୁରଙ୍କ ବିଷୟରେ । ସେ ସାନ ଭାଇଙ୍କୁ ଦେଖା କରିବାପାଇଁ ଝିଅ ଅର୍ଥାତ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ନ୍ୟୁୟର୍କରେ ପହଞ୍ଚିଯାଇଛନ୍ତି ।
ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଫଟୋରେ ଋଷି, ପତ୍ନୀ ନୀତୁ କପୁର, ରଣଧୀର, କରିସ୍ମା ନଜର ଆସୁଛନ୍ତି ।
ଏହି ଅବସରରେ କରିସ୍ମା ନିଜ ଇନଷ୍ଟାଗ୍ରାମରେ କପୁର ପରିବାରର ଏକ ଶାନଦାର ଫଟୋ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "So wonderful catching up with Chintu uncle in NY ! He looks so handsome and i always enjoy discussing food and restaurants with the Kapoor brothers."
- " class="align-text-top noRightClick twitterSection" data="
">
କରିସ୍ମାଙ୍କ ପୂର୍ବରୁ ନୀତୁ ମଧ୍ୟ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଗୋଟିଏ କଥାର ଖୁଲାସା କରିଥିଲେ । ସେ କ୍ୟାପସନରେ ଲେଖିଥିଲେ, "କପୁର ଭାଇ କେବଳ ଖାଦ୍ୟ ବିଷୟରେ ହିଁ କଥା ହୋଇଥାଆନ୍ତି ।"
- View this post on Instagram
The bestest brothers ever 💕 their conversation is only food though 🙈🤪🙄 #family #bond #forever
">