ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ବୁଧବାର ଚତୁର୍ଥ ଥର ପାଇଁ ଏନସିବି ଅଫିସରେ ପହଞ୍ଚିଥିଲେ ।
ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କନେକ୍ସ ବିଷୟରେ ପଚରାଉଚରା ପାଇଁ ଚତୁର୍ଥ ଥର ମଧ୍ୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରିସ୍ମାଙ୍କୁ ଡକାଇଛି ।
କରିସ୍ମା ଏନସିବି ଅଫିସରେ ମାତ୍ର 15 ମିନିଟ୍ ପାଇଁ ଉପସ୍ଥିତ ଥିଲେ । କରିସ୍ମା ଏଥର ଏନସିବି ଅଧିକାରୀମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ହସ୍ତାନ୍ତର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ