ETV Bharat / sitara

ପରିବା ଧୋଉଛନ୍ତି କରିସ୍ମା - ଘରେ ପରିବା ଧୋଉଛନ୍ତି କରିସ୍ମା

ନିକଟରେ କରିସ୍ମା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କରିସ୍ମା ତାଙ୍କ ଘର ବାଲକୋନୀରେ ବସି ପନିପରିବା ଧୋଇ ଶୁଖାଉଥିବାର ଏବଂ ପରିବା ଧରି ଖେଳୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

karisma-kapoor-was-seen-drying-vegetables-on-the-occasion-of-the-weekend
ଘରେ ପରିବା ଧୋଉଛନ୍ତି କରିସ୍ମା
author img

By

Published : Apr 4, 2021, 9:05 PM IST

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି । କିନ୍ତୁ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଏବେ କରିସ୍ମା ତାଙ୍କ ପର୍ସନାଲ ଲାଇଫକୁ ଉପଭୋଗ କରୁଛନ୍ତି । ସେ ପ୍ରାୟତଃ ତାଙ୍କ ଭଉଣୀ କରୀନା କପୁରଙ୍କ ସହିତ ନଜର ଆସିଥାନ୍ତି ।

ନିକଟରେ କରିସ୍ମା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କରିସ୍ମା ତାଙ୍କ ଘରର ବାଲକୋନୀରେ ବସି ପନିପରିବା ଧୋଇ ଶୁଖାଉଥିବାର ଏବଂ ପରିବା ଧରି ଖେଳୁଥିବାର ନଜର ଆସିଛନ୍ତି ।

ଏବେ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ଉପଭୋଗ କରୁଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ଫ୍ୟାନ୍ସ ଲାଇକ କରିଛନ୍ତି ।

ପ୍ରକାଶ ଥାଉ ଯେ, ବଡ ପରଦାରେ ଗୋବିନ୍ଦା ଏବଂ କରିସ୍ମାଙ୍କ ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଥିଲେ । ଦୁହେଁ 'ହିରୋ ନମ୍ବର -1, ରାଜା ବାବୁ, କୁଲି ନମ୍ବର -1' ସହିତ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.