ETV Bharat / sitara

ଅଭିନେତ୍ରୀ କରିସ୍ମା କପୁର କୋରୋନା ପଜିଟିଭ, ଜଣାଇଲେ କରିନା - ଅଭିନେତ୍ରୀ କରିସ୍ମା କପୁର

ବଲିଉଡ ଅଭିନେତ୍ରୀ କରିସ୍ମା କପୁର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅଭିନେତ୍ରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । କରିସ୍ମାଙ୍କ ଭଉଣୀ କରିନା କପୁର ଏ ନେଇ ଏକ ଭିଡିଓରେ କହିଛନ୍ତି । ଅଧିକ ପଢନ୍ତୁ

ଅଭିନେତ୍ରୀ କରିସ୍ମା କପୁର କୋରୋନା ପଜିଟିଭ
ଅଭିନେତ୍ରୀ କରିସ୍ମା କପୁର କୋରୋନା ପଜିଟିଭ
author img

By

Published : Mar 3, 2022, 5:16 PM IST

ହାଇଦ୍ରାବାଦ: ଅନେକ ଦିନ ପରେ ବଲିଉଡକୁ ଛୁଇଁଲା କୋରୋନା। ଗତ କିଛି ଦିନ ହେବ ବଲିଉଡ କଳାକାର କୋରୋନା ସଂକ୍ରମିତ ହେବାର ଖବର ଆସି ନ ଥିବାବେଳେ ଏବେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅଭିନେତ୍ରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । କରିସ୍ମାଙ୍କ ଭଉଣୀ କରିନା କପୁର ଏ ନେଇ ଏକ ଭିଡିଓରେ କହିଛନ୍ତି ।

କରିନା ଗୁରୁବାର କରିସ୍ମା କପୁରଙ୍କ ସ୍ବାସ୍ଥ୍ୟ ବିଷୟରେ କାଜଲଙ୍କୁ କହିଛନ୍ତି। ସୁଟିଂ ସମୟରେ କାଜଲ ଏବଂ କରିନା ପରସ୍ପରକୁ ଭେଟିଥିଲେ ଏବଂ ପାପାରାଜି ସେମାନଙ୍କୁ ସ୍ପଟ କରିଥିଲେ । ସୋସିଆଲ ମିଡିଆରେ ସେମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ​​। ଏହି ଭିଡିଓରେ ଅଭିନେତ୍ରୀ ସେମାନଙ୍କ ପରିବାର, ସ୍ବାସ୍ଥ୍ୟ, କୋରୋନା ଭାଇରସ୍ ଏବଂ କରିନାଙ୍କ ପୁଅ ଜେହ ବିଷୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା ​​।

ଭିଡିଓରେ କରିନା ଏବଂ କାଜଲଙ୍କୁ କଳା ଏବଂ ଧଳା ପୋଷାକରେ ଦେଖିବାକୁ ମିଳିଥିଲା ​​। ଏହି ସମୟରେ ଦୁହେଁ ଠିଆ ହୋଇ ପରସ୍ପର ସହ କିଛି ମିନିଟ୍ କଥା ହୋଇଥିଲେ । କରିନା କହୁଛନ୍ତି, କ’ଣ ଘଟୁଛି ? କାଜଲ କରିନାଙ୍କୁ ଜେହ ସମ୍ପର୍କରେ ପଚାରିଥିଲେ। ଏହା ପରେ କାଜଲ କହିଛନ୍ତି ଯେ, ତାଙ୍କ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ସେହି ସମୟରେ କରିନା ପ୍ରକାଶ କରିଥିଲେ ଯେ ବଡ଼ ଭଉଣୀ କରିସ୍ମା କପୁରଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.