ମୁମ୍ବାଇ: 2020 ବର୍ଷ ଶେଷ ହେବାକୁ ଯାଉଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ବର୍ଷର ଶେଷ ଦୁଇ ଦିନ ଉପଭୋଗ କରୁଛନ୍ତି ।
- " class="align-text-top noRightClick twitterSection" data="
">
ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ ।
କରିସ୍ମା ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସମୁଦ୍ର ବୋଟ୍ ରେ ଠିଆ ହୋଇ ପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା । ଫଟୋରେ, ସେ ଏକ ଧଳା ଟପ୍ ଏବଂ ନୀଳ ଡେନିମ୍ ଜିନ୍ସରେ ନଜର ଆସିଛନ୍ତି ।
ଫଟୋର କ୍ୟାପସନ୍ ରେ କରିସ୍ମା ଲେଖିଛନ୍ତି, 'ବର୍ଷର ଶେଷ ଦୁଇ ଦିନ' ।
ନିକଟରେ କରିସ୍ମା 1995 ର ହିଟ୍ ଗୀତ 'ହୁସନ୍ ହେ ସୁହାନା'ରେ ଅଭିନେତା ଗୋବିନ୍ଦାଙ୍କ ସହ ନାଚିଥିବାର ସମୟକୁ ମନେ ପକାଇଥିଲେ ।