ETV Bharat / sitara

22 ବର୍ଷ ପୁରୁଣା ମାମଲାକୁ ନେଇ ହଟହଟା କରିସ୍ମା ଓ ସନ୍ନି - ରେଳବାଇ କୋର୍ଟ

ବୁଧବାର ସନ୍ନି ଦେଓଲ ଓ କରିସ୍ମା କପୁରଙ୍କ ଓକିଲ ଏ.କେ ଜୈନ ରେଳବାଇ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । 22 ବର୍ଷ ପୁରୁଣା ଟ୍ରେନ ଏମରଜେନ୍ସି ଚେନ ଟାଣିବା ମାମଲାରେ ସନ୍ନି ଓ କରିସ୍ମାଙ୍କୁ ଅଭିଯୁକ୍ତ ସଜାଇଛି ରେଳବାଇ କୋର୍ଟ ।

ଡିଜାଇନ ଫଟୋ
author img

By

Published : Sep 20, 2019, 12:01 AM IST

ମୁମ୍ବାଇ: ରେଳବାଇ କୋର୍ଟ ଅଭିନେତା ତଥା ବିଜେପି ନେତା ସନ୍ନି ଦେଓଲ ଓ କରିସ୍ମା କପୁରଙ୍କ ଉପରେ ଏକ ମାମଲା ରୁଜୁ କରିଛନ୍ତି । 22 ବର୍ଷ ପୁରୁଣା ଘଟଣାକୁ ନେଇ ଏବେ ଚେତିଲା ରେଳବାଇ ।

ଘଟଣାଟି ହେଲା ଯେ କରିସ୍ମା ଓ ସନ୍ନି ଫିଲ୍ମ ‘ବଜରଙ୍ଗ’ ସୁଟିଂ ସମୟରେ ଟ୍ରେନର ଏମରଜେନ୍ସି ଚେନ ଟାଣିଥିଲେ । ଯାହାକୁ ଆଧାର କରି ଦୁଇଜଣଙ୍କ ଉପରେ ଏବେ ମାମଲା ରୁଜୁ ହୋଇଛି । ବୁଧବାର କରିସ୍ମା ଓ ସନ୍ନିଙ୍କ ଓକିଲ ଏ.କେ ଜୈନ କୋର୍ଟର ଏହି ନିଷ୍ପତ୍ତିକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

ପ୍ରକାଶ ଥାଉକି ସନ୍ନି ଓ କରିସ୍ମା ଟ୍ରେନ 2413-ଏ ଉପଲିଙ୍କ ଏକ୍ସପ୍ରେସର ଏମରଜେନ୍ସି ଚେନ ବିନା କାରଣରେ ଟାଣିବା ଦ୍ବାରା 25 ମିନିଟ ବିଳମ୍ବରେ ଟ୍ରେନ ଚାଲିଥିଲା । ନରେନାର ତତ୍କାଳୀନ ସହାୟକ ଷ୍ଟେସମ ମାଷ୍ଟର ସୀତାରାମ ମାଲାକର ଏହି ମାମଲାରେ ରେଳବାଇ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ ।

ଏହି ମାମଲା ଉପରେ ଦୁଇଜଣଙ୍କ ଓକିଲ ଏବେ କହିଛନ୍ତି କି 2009ରେ ଦୁଇ କଳାକାରଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା । ଏହି ମାମଲାରେ 2010ରେ ସେଶନ କୋର୍ଟରେ ଆମ ପକ୍ଷରୁ ଚ୍ୟାଲେଞ୍ଜ ଦିଆଯାଇଥିଲେ । ସେଶନ କୋର୍ଟ 2010 ଏପ୍ରିଲ 24ରେ ଅଭିଯୁକ୍ତଙ୍କୁ ଖାରଜ କରିଦେଇଥିଲେ । କିନ୍ତୁ ରେଳବାଇ କୋର୍ଟ ସେପ୍ଟେମ୍ବର 17ରେ ଦୁଇଜଣଙ୍କୁ ପୁଣିଥରେ ଅଭିଯୁକ୍ତ କହିଛନ୍ତି । ରେଳବାଇ କୋର୍ଟର ଏହି ଆଦେଶକୁ ବୁଧବାର ଦିନ ଆମେ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରିଛୁ । କାରଣ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।

ଏହି ମାମଲାରେ ସନ୍ନି ଓ କରିସ୍ମାଙ୍କ ବ୍ୟତୀତ ଷ୍ଟଣ୍ଟମ୍ୟାନ ଟିନୁ ବର୍ମା ଓ ସତୀଶ ଶାହ ମଧ୍ୟ ଅଭିଯୁକ୍ତ । କୋର୍ଟ ଏହି ମାମଲାରେ ଆଗାମୀ ଶୁଣାଣି ଆସନ୍ତା 24ରେ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.