ମୁମ୍ବାଇ: ଛୋଟ ପରଦାର ପପୁଲାର ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ଜଜ ରୂପେ ନଜର ଆସୁଛନ୍ତି ଅଭିନେତ୍ରୀ କରିସ୍ମା କପୁର । ଶୋ'ର ଆଗାମୀ ଏପିସୋଡ ହେବ ଜବରଦସ୍ତ । କାରଣ ଷ୍ଟେଜରେ ଦେଖାଯିବେ ବଲିଉଡର ଖଳନାୟକ ଶକ୍ତି କପୁର । ଆଉ ଶୋ'ରେ କରିସ୍ମା ଓ ଶକ୍ତିଙ୍କ ଡାନ୍ସର ଜଲୱା ମଧ୍ୟ ଦେଖିବାକୁ ମିଳିବ ।
ଏହାର ସୂଚନା ଚ୍ୟାନେଲର ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ ପ୍ରୋମୋ ଭିଡିଓ ଦେଖିବାକୁ ମିଳୁଛି । କରିସ୍ମା ନିଜର ପପୁଲାର ଗୀତ ‘ସୋନା କିତନା ସୋନା ହେ’ରେ ଡାନ୍ସ କରୁଛନ୍ତି । ଏହି ଗୀତଟି କରିସ୍ମା ଓ ଗୋବିନ୍ଦାଙ୍କ ଅଭିନୀତ ହିଟ୍ ଫିଲ୍ମ ‘ହିରୋ ନଂ-1’ର । ଏହି ଶୋ'ରେ କରିସ୍ମା ଅନେକ ଗୀତରେ ଡାନ୍ସ କରି ଦର୍ଶକଙ୍କ ମନ କିଣିସାରିଛନ୍ତି ।
ଏହା ବ୍ୟତୀତ ଆଉ ଏକ ଭିଡିଓ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଯେଉଁଥିରେ କରିସ୍ମା ଓ ଶକ୍ତିଙ୍କ ସହ ‘ମେରା ଦିଲ୍ଲ ନା ତୋଡୋ’ ଗୀତରେ ଡାନ୍ସ କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ମଜାଦାର ଭିଡିଓ...