ମୁମ୍ବାଇ: ବି-ଟାଉନର ଲୋଲୋ କରିସ୍ମା କପୁରଙ୍କ ଆଜି ଜନ୍ମଦିନ । ଆଜି ସେ 45 ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କ ଫ୍ୟାନ୍ସଙ୍କ ଠାରୁ ନେଇ ବଲିଉଡ ଷ୍ଟାର୍ସ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାରେ ଲାଗିପଡିଛନ୍ତି । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
- " class="align-text-top noRightClick twitterSection" data="
">
ଭାଇରାଲ ହୋଇଥିବା ଭିଡିଓରେ କରିସ୍ମା ଓ ଅଭିନେତା ରଣବୀର ସିଂ ଏକାଠି ଡାନ୍ସ କରୁଥିବାର ନଜର ଆସୁଛନ୍ତି । କରିସ୍ମାଙ୍କ ଫିଲ୍ମ 'ରାଜା ବାବୁ'ର ସୁପରଡୁପର ହିଟ ଗୀତ 'ସରକାଈ ଲୋ ଖଟିୟା' ଦୁଇଜଣଙ୍କ ମଜାଦାର ଡାନ୍ସ ଦେଖିବାକୁ ମିଳୁଛି ।
ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କ ଏହି ଭିଡିଓଟି ଖୁବ୍ ପସନ୍ଦ ଆସିଛି । ଯାହା ଉପରେ ଫ୍ୟାନ୍ସଙ୍କ ଅନେକ କମେଣ୍ଟ କରିବାରେ ଲାଗିଛନ୍ତି ।
ଏବେ କରିସ୍ମା ଫିଲ୍ମଠାରୁ ଦୂରେଇ ଅଛନ୍ତି ସତ । କିନ୍ତୁ ସେ ନିଜ ଫିଲ୍ମ କ୍ୟାରିୟରରେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ । ସେ ମାତ୍ର 17 ବର୍ଷ ବୟସରେ ଫିଲ୍ମ ଜଗତରେ ପଦାର୍ପଣ କରିଥିଲେ । 1991ରେ ଆସିଥିବା ଫିଲ୍ମ 'ପ୍ରେମ କୈଇଦ' ଜରିଆରେ ଡେବ୍ୟୁ କରିଥିଲେ । ଏହାପରେ ସେ 'ରାଜା ବାବୁ', 'କୁଲି ନମ୍ବର ୱାନ', 'ବିବି ନମ୍ବର ୱାନ' ଭଳି ଫିଲ୍ମରେ କାମ କରି ନିଜ ଅଭିନୟର ପରିଚୟ ଦେଇଥିଲେ । ଆଜି ମଧ୍ୟ ତାଙ୍କ ଜଲୱା ଉପରେ ଫିଦା ଦର୍ଶକ ।