ମୁମ୍ବାଇ: ରବିବାର ଦିନ ଅଭିନେତ୍ରୀ ସୋହା ଅଲି ଖାନ ତାଙ୍କର 42 ତମ ଜନ୍ମଦିନ ପାଳନ କରୁଛନ୍ତି । ଏଭଳି ପରିସ୍ଥିତିରେ ସ୍ବାମୀ ତଥା ଅଭିନେତା କୁନାଲ ଖେମୁ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି ।
କୁନାଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋହାଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି, ସୋନା ମୋ ଭିତରେ ଥିବା ସମସ୍ତ ଭାବନାକୁ ବୁଝିପାରେ । ତାର ହସ ଯାହା ମୋତେ ଦୁଃଖ ସମୟରେ ବି ଖୁସି କରିଦିଏ । ଯେତେବେଳେ ମୋ ପାଖରେ କିଛି କହିବାକୁ ଶବ୍ଦ ଶେଷ ହୋଇଯାଏ, ସେ ସେତେବେଳେ ମୋ ପାଇଁ ଡିକ୍ସନାରୀ ଅଟେ ।
ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଇନଷ୍ଟାଗ୍ରାମରେ ସୋହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କରୀନା ସୋହା, ଝିଅ ଇନାୟା, ତୈମୁରଙ୍କର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, "ମଜାଳିଆ, ଶାନ୍ତ, ବୁଦ୍ଧିମାନ, ପ୍ୟାରୀ, ଇନାୟାଙ୍କ ମାଆ, ସୈଫୁ ଏବଂ ସବାଙ୍କ ଭଉଣୀ ଏବଂ ମୋର ସୁନ୍ଦର ନଣନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆମେ ତୁମକୁ ବହୁତ ଭଲପାଉ" ।
- " class="align-text-top noRightClick twitterSection" data="
">
ସୋହା ତାଙ୍କ ଜନ୍ମଦିନରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଝିଅକୁ ଆଲିଙ୍ଗନ କରିବା ସହିତ ଇନାୟାଙ୍କ ଦ୍ବାରା ପ୍ରସ୍ତୁତ ଏକ ପେଣ୍ଟିଙ୍ଗ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସହିତ କ୍ୟାପସନରେ ସୋହା ଲେଖିଛନ୍ତି, ଜନ୍ମଦିନର ସବୁଠୁ ଭଲ ଗ୍ରୀଫ୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ