ହାଇଦ୍ରାବାଦ: ସୈଫିନାଙ୍କ ଲାଡଲା ତୈମୁର ଖାନ ସବୁବେଳେ ମିଡିଆରେ ଛାଇ ରହିଥାଆନ୍ତି । ସୋସିଆଲ ମିଡିଆରେ ପ୍ରାୟତଃ ତୈମୁରଙ୍କ ଫଟୋ ଭାଇରାଲ ହେବାରେ ଲାଗିଥାଏ । ତୈମୁର ଏପରି ଷ୍ଟାରକିଡ୍ସ ମଧ୍ୟରୁ ଅନ୍ୟତମ ଯିଏ ପିଲା ବେଳୁ ହଜାର ହଜାର ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇପାରିଛନ୍ତି । ଖାଲି ଏତିକି ନୁହେଁ ତୈମୁର ଏତେ ପପୁଲାର ଯିଏ ତାଙ୍କ ଅବିକଳ କଣ୍ଡେଇ ମଧ୍ୟ ମାର୍କେଟରେ ବିକ୍ରି ହୋଇଛି ।
ଅନ୍ୟପଟେ ତାଙ୍କ ମା' ବେବୋ କରୀନା କପୁରଙ୍କୁ କିନ୍ତୁ ତୈମୁରଙ୍କ ଏହି ଡଲ ଆଦୌ ପସନ୍ଦ ନୁହେଁ । ଆଜ୍ଞା ହଁ, ନିକଟରେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଲୋକପ୍ରିୟ ଟକ ଶୋ 'କଫି ୱିଥ କରନ'ରେ ପ୍ରିୟଙ୍କା ଚୋପ୍ରାଙ୍କ ସହ କରୀନା ସାମିଲ ହୋଇଥିଲେ । ଇତିମଧ୍ୟରେ କରନ, କରୀନାଙ୍କୁ ପ୍ରଶ୍ନ କରିଥିଲେ କି ସେ ତୈମୁର ଡଲ ବିଷୟରେ କଣ କହିବାକୁ ଚାହିଁବେ । ଆଶ୍ଚର୍ଯ୍ୟକର ଜବାବ ଦେଇଥିଲେ କରୀନା । ଯାହା ଶୁଣି ଦର୍ଶକ ନିହାତି ଆଶ୍ଚର୍ଯ୍ୟ ହେବେ ।
ସେ କହିଥିଲେ କି ମାର୍କେଟରେ ମିଳୁଥିବା ତୈମୁର ଡଲ ଆଦୌ ତାଙ୍କ ପୁଅ ଭଳି ଦେଖାଯାଉନାହିଁ । ଡଲଟି ଚକୀ ଭଳି ଦେଖାଯାଇଛି । ଜଣାଇ ଦେଉଛୁ ଯେ ଚକୀ ଏକ ଭୂତ ଡଲ ଯାହା ହରର ଫିଲ୍ମ ଚାଇଲ୍ଡ ପ୍ଲେରେ ନଜର ଆସିଥାଏ ।
ସେହି ଡଲର ଆଖି ବ୍ଲୁ । ଏହା ବ୍ୟତୀତ ତାର କେଶ ଏବଂ ମୁହଁ,ବେକ ବହୁତ ଭୟାନକ ଦେଖାଯାଉଛି । ତାଙ୍କ ପୁଅ ତୈମୁର ଏପରି ଆଦୌ ଦେଖାଯାଉନାହିଁ । ତେଣୁ ମାର୍କେଟରେ ମିଳୁଥିବା ସେହି ଡଲ ତାଙ୍କ ପୁଅ ପରି ନୁହେଁ ବୋଲି କହିଛନ୍ତି କରୀନା ।