ETV Bharat / sitara

ତୈମୁରଙ୍କୁ କ୍ରିକେଟର କରିବାକୁ ଚାହାଁନ୍ତି କରୀନା

କରୀନା କପୁର ଖାନ ନିଜ ଲାଡଲାଙ୍କୁ କ୍ରିକେଟର କରିବାକୁ ଇଚ୍ଛା ରଖିଛନ୍ତି । ଜେଜେବାପା ମାସୁର ଅଲ୍ଲୀ ଖାନ ପଟୌଦୀଙ୍କ ଭଳି ଦିନେ ବଡ କ୍ରିକେଟର ହେବେ ।

author img

By

Published : Aug 7, 2019, 10:41 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/therealkareenakapoor

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କରୀନା କପୁର ବର୍ତ୍ତମାନ ଟେଲିଭିଜନ ଶୋ' ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ବିଚାରପତି ଅଛନ୍ତି । ଶୋ'ରେ କରୀନା ନିଜ ପାରିବାରିକ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି । ନିକଟରେ ତୈମୁରଙ୍କୁ ନେଇ ମଧ୍ୟ କରୀନା ନିଜ ଇଚ୍ଛା ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/therealkareenakapoor

ଶୋ'କୁ କ୍ରିକେଟ ବାଦଶାହା କପିଲ ଦେବ ଅତିଥି ଭାବରେ ଆସିବେ । ପ୍ରମୋରେ କରୀନା ଓ କପିଲ ଦେବ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ଏହି ସମୟରେ କରୀନା ତୈମୁରଙ୍କୁ ଏକ କ୍ରିକେଟର ରୂପରେ ଦେଖିବାକୁ ଚାହାଁନ୍ତି ବୋଲି କହିଥିଲେ । ଖାଲି ଏତିକି ନୁହେଁ କରୀନା ତୈମୁର ପାଇଁ ବ୍ୟାଟରେ କପିଲ ଦେବଙ୍କ ଅଟୋଗ୍ରାଫ ମଧ୍ୟ ନେଇଥିଲେ ।

ପ୍ରକାଶଥାଉକି, ସୈଫ ଅଲ୍ଲୀ ଖାନଙ୍କ ପିତା ମାସୁର ଅଲ୍ଲୀ ଖାନ ପଟୌଦୀ ଜଣେ ପପୁଲାର ଭାରତୀୟ କ୍ରିକେଟ ଖେଳାଳୀ । ସେ ଦଳର କ୍ୟାପଟେନ ମଧ୍ୟ ଥିଲେ । ତେବେ କରୀନା ଖୁବ ଶୀଘ୍ର ଫିଲ୍ମ ‘ଗୁଡ ନ୍ୟୁଜ’ରେ ନଜର ଆସିବେ । ଏହାପରେ ଇରଫାନ ଖାନଙ୍କ ସହ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ରେ ଦେଖିବାକୁ ମିଳିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.