ମୁମ୍ବାଇ: ବଲିଉଡର ବେବୋ ତଥା ଅଭିନେତ୍ରୀ କରୀନା କପୁର ଖାନ ଖୁବ୍ ଶୀଘ୍ର ତାଙ୍କର ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ, ଗର୍ଭାବସ୍ଥାରେ କରୀନା ଯୋଗ କରିବା ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ବିଭିନ୍ନ ଯୋଗ ପୋଜ୍ କରୁଥିବାର ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନରେ କରୀନା ଲେଖିଛନ୍ତି, 'ଟିକିଏ ଯୋଗ, ଟିକିଏ ଶାନ୍ତି' । ଫଟୋରେ ତାଙ୍କ ବେବିବମ୍ପ ସ୍ପଷ୍ଟ ନଜର ଆସିଛି ।
କରୀନାଙ୍କର ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ ଏହି ପୋଷ୍ଟରେ 2 ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।
ପ୍ରକାଶ ଥାଉ ଯେ, କରୀନା ଏବଂ ସୈଫ ଦମ୍ପତିଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି ।
ଆଗାମୀ ସମୟରେ, କରୀନା ଆମୀର ଖାନଙ୍କ ସହ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ