ମୁମ୍ବାଇ: ପୁଣି ବାପା ହେଲେ ସୈଫ ଆଉ ତୈମୁରକୁ ମିଳିଲା ଆଉ ଗୋଟେ ଭାଇ । କାରଣ ଦ୍ବିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି କରିନା କପୁର। ଶନିବାର ରାତିରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ଆଉ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏନେଇ ରଣଭୀରଙ୍କ ଭଉଣୀଙ୍କ ରିଦ୍ଧିମା କପୁର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଗତକାଲି ସକାଳ ପ୍ରାୟ 8.30ରେ କରିନା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାସହ ସନ୍ଧ୍ୟା 5.30 ସୁଦ୍ଧା ପରିବାର ଖୁସି ଖବର ଭେଟ ଦେଇଥିଲେ। 2016ରେ ଏହି ଦମ୍ପତି ପ୍ରଥମ ଥର ପାଇଁ ଏକ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ତାଙ୍କ ପୁଅର ନାମ ତୈମୁର ଅଲ୍ଲୀ ଖାନ୍।
ସେମାନଙ୍କର ଦ୍ୱିତୀୟ ଶିଶୁଙ୍କ ଆଗମନ ପୂର୍ବରୁ ସୈଫ ଏବଂ କରୀନା ମଧ୍ୟ ଏକ ବଡ଼ ଘରକୁ ସିଫ୍ଟ ହୋଇଛନ୍ତି । ଉକ୍ତ ଘରେ ଏକ ପ୍ଲସ୍ ଲାଇବ୍ରେରୀ, ସୁନ୍ଦର ଟେରେସ୍, ସୁଇମିଂ ପୁଲ୍, ଶିଶୁଙ୍କ ପାଇଁ ଏକ ସ୍ବତନ୍ତ୍ର ନର୍ସରୀ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ହେବାର କିଛି ମାସ ପରେ, ବେବୋ ମଧ୍ୟ ଧର୍ମଶାଳାକୁ ଯାଇଥିଲେ, ଯେଉଁଠାରେ ସୈଫ ଅଲ୍ଲୀ ଖାନ ତାଙ୍କ ଚଳଚ୍ଚିତ୍ର ‘ଫୋନ୍ ଭୁତ୍’ର ସୁଟିଂରେ ବ୍ୟସ୍ତ ଥିଲେ।