ମୁମ୍ବାଇ: ବେବୋ କରୀନା କପୁର ଖାନ ଓ କ୍ୟୁଟ ଶାହିଦ କପୁର ବି-ଟାଉନର ଚର୍ଚ୍ଚିତ କପଲ ମଧ୍ୟରେ ଅନ୍ୟତମ ଥିଲେ। ଦୁଇଜଣ ଅନେକ ବର୍ଷ ପରସ୍ପରକୁ ଡେଟ କରିଥିଲେ। ଖାଲି ଏତିକି ନୁହେଁ ଦୁଇଜଣଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ହଠାତ୍ ଏହି ଯୋଡି ବ୍ରେକଅପ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ବର୍ତ୍ତମାନ ଦୁଇଜଣ ନିଜ ନିଜ ବୈବାହିକ ଜୀବନରେ ଖୁବ୍ ଖୁସି ଅଛନ୍ତି । ବ୍ରେକଅପର 13 ବର୍ଷ ପରେ ପ୍ରଥମଥର କରୀନା ବ୍ରେକଅପ ଉପରେ ପ୍ରତିକ୍ରିୟା ରଖିଛନ୍ତି।
ଏକ ସାକ୍ଷାତକାରେ ଶାହିଦଙ୍କ ସହ ବ୍ରେକଅପ ଉପରେ ଆଲୋଚନା କରି କରୀନା କହିଥିଲେ ଯେ ଭାଗ୍ୟର କିଛି ଭିନ୍ନ ପ୍ଲାନ ହୋଇଥାଏ ଆଉ ଜୀବନ ଭାଗ୍ୟ ହିସାବରେ ଚାଲିଥାଏ। ‘ଜବ ୱି ମେଟ’ର ସୁଟିଂଠୁ ନେଇ ଫିଲ୍ମ ‘ଟସନ’ ମଧ୍ୟରେ ବହୁତ କିଛି ଘଟିଥିଲା । ଯାହାପରେ ଆମେ ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇଯାଇଥିଲୁ। ସେହି ସମୟରେ ତାଙ୍କ ପକ୍ଷରେ ବ୍ୟକ୍ତିଗତ ଜୀବନ ବୃତ୍ତିଗତ ଜୀବନକୁ ହ୍ୟାଣ୍ଡଲ କରିବା ବହୁତ କଷ୍ଟଦାୟକ ଥିଲା। ହେଲେ ପରିଶେଷରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା।
ଖାଲି ଏତିକି ନୁହେଁ ସେ ‘ଟସନ’ ଫିଲ୍ମ ସମୟରେ ନିଜ ଭୂମିକାକୁ ନେଇ ଖୁବ୍ ଉତ୍ସାହିତ ଥିଲା । ଏହି ଫିଲ୍ମ ତାଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିଥିଲା । କାରଣ ସେ ଏହି ଫିଲ୍ମ ଜରିଆରେ ନିଜ ଜୀବନସାଥୀ ପାଇଥିଲେ ବୋଲି କହିଥିଲେ କରୀନା।
ପ୍ରକାଶ ଥାଉକି କରୀନା ଓ ଶାହିଦ ସ୍କ୍ରିନରେ ଅନେକଥର ରୋମାନ୍ସ କରିସାରିଛନ୍ତି । ଇମତିଆଜ ଅଲ୍ଲୀଙ୍କ ଦ୍ବାରା ନିର୍ଦ୍ଦେଶକ ସୁପରହିଟ୍ ଫିଲ୍ମ ‘ଜବ ୱି ମେଟ’ ପରେ ଦୁଇଜଣ ବ୍ରେକଅପ କରିନେଇଥିଲେ । ବ୍ରେକଅପ ପରେ କରୀନା ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ସହ ବିବାହ କରିଥିଲେ । ସେପଟେ ଶାହିଦ ମଧ୍ୟ ମୀରା ରାଜପୁତଙ୍କ ସହ ବିବାହ କରିଥିଲେ ।