ମୁମ୍ବାଇ: ମଙ୍ଗଳବାର ସକାଳେ ଆଖି ବୁଝିଲେ କପୁର ବଂଶର ସଦସ୍ୟ ତଥା ରାଜ କପୁରଙ୍କ ସାନ ପୁଅ ରାଜୀବ କପୁର । ମୃତ୍ୟୁ ସମୟରେ ତାଙ୍କୁ 59 ବର୍ଷ ବୟସ ହୋଇଥିଲା ।
- " class="align-text-top noRightClick twitterSection" data="
">
ଏହି ଖବରରେ ତାଙ୍କ ବନ୍ଧୁ, ପରିବାର ଏବଂ ପୁରା ବଲିଉଡ ଇଣ୍ତଷ୍ଟ୍ରି ଚକିତ ହୋଇଯାଇଛି । ଗତ ବର୍ଷ ତାଙ୍କ ବଡ଼ ଭାଇ ଋଷି କପୁରଙ୍କ ଦେହାନ୍ତ ହୋଇଥିଲା।
ଏହି ସମୟରେ କରୀନା କପୁର ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରାଜ କପୁରଙ୍କ ସହ ତାଙ୍କର ତିନି ପୁଅ ଋଷି କପୁର, ରଣନ୍ଧୀର କପୁର ଏବଂ ରାଜୀବ କପୁର ନଜର ଆସିଛନ୍ତି ।
ଫଟୋ ସେୟାର କରି କ୍ୟାପସନ୍ ରେ କରୀନା ଲେଖିଛନ୍ତି, 'ଭାଙ୍ଗି ଯାଇଛୁ, କିନ୍ତୁ ଧୈର୍ଯ୍ୟ ହାରିନୁ' ।
କରୀନାଙ୍କ ପୋଷ୍ଟରୁ ଏହା ବୁଝିହେବ ଯେ ଏହି ସମୟରେ ତାଙ୍କ ପରିବାର କେତେ ଦୁଃଖୀ ଅଛନ୍ତି । ଅଭିନେତ୍ରୀଙ୍କ ବ୍ୟତୀତ ଅନେକ ଷ୍ଟାର ମଧ୍ୟ ବିଭିନ୍ନ ଉପାୟରେ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରୁଛନ୍ତି ।
ପ୍ରକାଶ ଥାଉ ଯେ, ରାଜ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ରେ ଡେବ୍ୟୁ କରିଥିଲେ ରାଜୀବ । ଏହାପରେ ସେ ‘ପ୍ରେମ ଗ୍ରନ୍ଥ’ରେ ନିର୍ଦ୍ଦେଶନା ଦେଇଥିଲେ ।