ମୁମ୍ବାଇ: ଫେମସ ଅଭିନେତ୍ରୀ କରୀନା କପୁର ଖାନ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଡେବ୍ୟୁ କରିଥିଲେ । ସେ ଇନଷ୍ଟାଗ୍ରାମରେ ପଦାର୍ପଣ କରିବା ଦିନଠୁ ଫ୍ୟାନ୍ସଙ୍କ ପାଇଁ ଶାନଦାର ଫଟୋ, ଭିଡିଓ ସେୟାର କରିବାରେ ଲାଗିଛନ୍ତି। ଇତିମଧ୍ୟରେ ସେ ଏକ ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ। ବୁଧବାର ସେ ଇନଷ୍ଟାଗ୍ରାମରେ ନିଜ ପିଲାବେଳର ଫଟୋ ସେୟାର କରି କୋରୋନା ଭାଇରସରୁ ବଞ୍ଚିବା ପାଇଁ ଅପିଲ କରିଥିଲେ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ ଭାଇରାଲ ହେଉଥିବା କରୀନାଙ୍କ ଫଟୋରେ ସେ ହାତ ଟେକି ବସିଥିବାର ଦେଖାଯାଉଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ, ଯେବେ ସେହି ସମୟରେ କେହି ମୋ ସହ ହାତ ମିଶାଇବାକୁ ଚାହୁଁଥିଲେ । #StayHome # StaySafe ।’ ଏହି ଫଟୋରେ କରୀନା କ୍ୟୁଟ ପିଲାବେଳ ଦେଖିବାକୁ ମିଳୁଛି।
ପ୍ରକାଶ ଥାଉକି ଏହି ମହାମାରୀର ପ୍ରକୋପ ଦିନକୁ ଦିନ ବଢିଚାଲିଛି। ଯାହାଦ୍ବାରା ଏହାର ଭୟ ପୁରା ବିଶ୍ବରେ ଦେଖିବାକୁ ମିଳୁଛି । ଭାରତରେ ମଧ୍ୟ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇସାରିଲେଣି । ଏଥିରୁ ବଞ୍ଚିବା ପାଇଁ ଦେଶର ଅନେକ ସ୍ଥାନରେ ସ୍କୁଲ, କଲେଜ, ସିନେମାଘର, ମଲ, ଜିମ ଓ ସ୍ବିମିଂପୁଲ ବନ୍ଦ ରଖାଯାଇଛି । ସେହିପରି ବଡ ବଡ ଇଭେଣ୍ଟକୁ ମଧ୍ୟ ରଦ୍ଦ କରାଯାଉଛି ।