ମୁମ୍ବାଇ: ଆଗକୁ ପରଦା ଉପକୁ ଆସିବାକୁ ଯାଉଛି ବହୁପ୍ରତିକ୍ଷିତ ଫିଲ୍ମ 'ଲାଲ ସିଂ ଚଡ୍ଡା' । ଯେଉଁଥିରେ କି ସେ ମୁଖ୍ୟ ଚରିତ୍ରରେ ନଜର ଆସିବେ କରିନା କାପୁର ଖାନ୍ । ତେବେ କୋରୋନା ଯୋଗୁଁ ଏହାର ସୁଟିଂ ବନ୍ଦ ଥିବା ବେଳେ ପୁଣି ଥରେ ଆରମ୍ଭ ହୋଇଛି । ଏନେଇ ଦୀର୍ଘ ୭ ମାସ ପରେ ସୁଟିଂ ସେଟକୁ ଫେରିଛନ୍ତି ବଲିଉଡ ବେବୋ ଆକ୍କା କରିନା କପୁର ଖାନ । ସେ ତାଙ୍କ ଦ୍ବିତୀୟ ପୁତ୍ରକୁ ଜନ୍ମ ଦେବା ପୂର୍ବରୁ ସମସ୍ତ ସୁଟିଂ ବନ୍ଦ ରଖିଥିଲେ । ତେବେ ସୁଟିଂ ସେଟକୁ ବ୍ୟାକ କରିବା ପରେ କିଛି ଫଟୋ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି କରିନା । ଯେଉଁଥିରେ ଦେଖିବାକୁ ମିଳିଛି ଯେ କରିନା ସୁଟିଂ ପାଇଁ ମେକଅପ ନେଉଛନ୍ତି ଏବଂ ମେକଅପ ପରେ ମଧ୍ୟ ଏକ ଫଟୋରେ ନିଜ ମେକଅପ ସାଥି ମାନଙ୍କ ବ୍ୟାକ ଉଇଥ ମାଇଁ ଲଭସ କ୍ୟାପସନ ଲେଖି ସେୟାର କରିଛନ୍ତି । ଏବଂ ଆଉ ଏକ ଫଟୋରେ ଫିଲ୍ମର ନା ଲେଖିଛନ୍ତି ।
![ଦିର୍ଘ ୭ମାସ ପରେ ସୁଟିଂ ସେଟକୁ ଫେରିଲେ ବେବୋ, ଇଷ୍ଟାଗ୍ରାମରେ କଲେ ଫଟୋ ସେୟାର](https://etvbharatimages.akamaized.net/etvbharat/prod-images/13040959_o.jpeg)
ନିର୍ଦ୍ଦେଶକ ଅଦଭେଦ ଚନ୍ଦନଙ୍କ ନିର୍ଦ୍ଧେଶିତ ଫିଲ୍ମ 'ଲାଲ ସିଂ ଚଡ୍ଡା'ରେ କରିନା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ସହ ନଜର ଆସିବେ ଅମିର ଖାନ । ଏହି ଫିଲ୍ମର ଅଧିକାଂଶ ସୁଟିଂ ପଞ୍ଜବ ଏବଂ ଲଦାଖରେ କରାଯାଉଛି । ଆସନ୍ତା ଡିସେମ୍ବର ଖ୍ରୀଷ୍ଟମାସ ରେ ଏହି ଫିଲ୍ମ ରିଲିଜ ହେବା ନେଇ ଯୋଜନା କରାଯାଉଛି । ପ୍ରକାଶ ଥାଉକି ଆମୀରଙ୍କ ଏହି ଫିଲ୍ମଟି ହଲିଉଡର ଫେମସ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।
![ଦିର୍ଘ ୭ମାସ ପରେ ସୁଟିଂ ସେଟକୁ ଫେରିଲେ ବେବୋ, ଇଷ୍ଟାଗ୍ରାମରେ କଲେ ଫଟୋ ସେୟାର](https://etvbharatimages.akamaized.net/etvbharat/prod-images/13040959_p.jpeg)
@ANI