ETV Bharat / sitara

ସନ୍ତାନଙ୍କୁ ମନେ ପକାଉଛନ୍ତି କରୀନା, ସେୟାର କଲେ ଇମୋସନାଲ ନୋଟ

author img

By

Published : Dec 18, 2021, 5:21 PM IST

ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ବାରେଣ୍ଟାଇନରେ ରହୁଛନ୍ତି । ଏହି ସମୟରେ ସେ ନିଜ ସନ୍ତାନଙ୍କୁ ମିସ୍‌ କରୁଥିବା ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ଅଧିକ ପଢନ୍ତୁ

ସନ୍ତାନଙ୍କୁ ମନେ ପକାଉଛନ୍ତି କରୀନା, ସେୟାର କଲେ ଇମୋସନାଲ ନୋଟ
ସନ୍ତାନଙ୍କୁ ମନେ ପକାଉଛନ୍ତି କରୀନା, ସେୟାର କଲେ ଇମୋସନାଲ ନୋଟ

ମୁମ୍ବାଇ: ଗତ କିଛି ଦିନ ତଳେ କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନ । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ରହୁଥିବାବେଳେ ସେ ତାଙ୍କ ସନ୍ତାନଙ୍କୁ ମନେ ପକାଉଥିବା ଜଣାପଡ଼ିଛି । ଏଥିଲାଗି ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଏକ ଇମୋସନାଲ ନୋଟ୍‌ ।

କ୍ବାରେଣ୍ଟାଇନରେ ସନ୍ତାନଙ୍କୁ ମନେ ପକାଉଛନ୍ତି କରୀନା, ସେୟାର କଲେ ଇମୋସନାଲ ନୋଟ

ଏହି ପୋଷ୍ଟରେ କରୀନା ଲେଖିଛନ୍ତି ଯେ, " କୋଭିଡ଼ ମୁଁ ତୋତେ ଘୃଣା କରୁଛି । ମୁଁ ମୋ ସନ୍ତାନଙ୍କୁ ମିସ୍‌ କରୁଛି । କିନ୍ତୁ ଜଲ୍ଦି ମୁଁ ସେମାନଙ୍କୁ ଦେଖା କରିବି ।" ଏପରି ଏକ ନୋଟ୍‌ ସେୟାର କରିଛନ୍ତି କରୀନା । କରୀନା କ୍ବାରେଣ୍ଟାଇନରେ ପରିବାରଠାରୁ ଅଲଗା ରହୁଥିବାରୁ ପଜିଟିଭ ଚିହ୍ନଟ ହେବାର କିଛି ଦିନ ପରେ ସୈଫ ତାଙ୍କୁ ଭେଟିବାକୁ ଆସିଥିଲେ । କରୀନା ବାଲକୋନିରୁ ସୈଫଙ୍କୁ ଭେଟିଥିବା ନିଜ ସୋସିଆଲ ମିଡି଼ଆରେ ସେୟାର କରିଥିଲେ ।

ଏହା ବି ପଢନ୍ତୁ: କରୀନାଙ୍କ ବାସଭବନ ସିଲ୍‌ କଲା BMC, ଏମିତି ରିଆକ୍ଟ କଲେ ଅଭିନେତ୍ରୀ

ତେବେ ସୂଚନା ଥାଉ କି ବଲିଉଡ଼ ନିର୍ଦ୍ଦେଶକ ତଥା ଫିଲ୍ମ ମେକର କରନ ଜୋହରଙ୍କ ହାଉସ ପାର୍ଟିକୁ ଯାଇଥିଲେ କରୀନା । ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଅମୃତା ଅରୋରା, ସୀମା ଖାନ ଓ ମହୀପ କପୁର ମଧ୍ୟ ରହିଥିଲେ । ତେବେ ଏମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । କରୀନା ପଜିଟିଭ ଥିବା ଜାଣିବା ପରେ ତୁରନ୍ତ ନିଜକୁ ଆଇସୋଲେଟ କରିଥିଲେ ।

କରୀନା ପଜିଟିଭ ଥିବା ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଅନ୍ୟମାନଙ୍କୁ ବା ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ କୋରୋନା ପରୀକ୍ଷା କରିବା ପାଇଁ ଦେଇଥିଲେ ପରାମର୍ଶ । କରୀନା ପଜିଟିଭ ଚିହ୍ନଟ ହେବା ପରେ BMC ତାଙ୍କ ବାସଭବନକୁ ମଧ୍ୟ ସିଲ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.