ETV Bharat / sitara

ଭାଲେଣ୍ଟାଇନ ଡେରେ ଆମୀରଙ୍କୁ କରୀନାଙ୍କ ଆଲିଙ୍ଗନ

author img

By

Published : Feb 14, 2020, 3:21 PM IST

ପୁଣି ପରଦାରେ ଏକାଠି ନଜର ଆସିବେ ଆମୀର ଖାନ ଓ କରୀନା କପୁର ଖାନ। ‘ଲାଲା ସିଂ ଚଡ୍ଡା’କୁ ନେଇ ଏକ୍ସାଇଟେଡ ଦର୍ଶକ । ଜାରି ହେଲା କରୀନାଙ୍କ ଫାଷ୍ଟଲୁକ ପୋଷ୍ଟର।

kareena kapoor khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ଫିଲ୍ମରୁ ଆମୀରଙ୍କ ଅନେକ ଲୁକ୍ସ ସାମ୍ନାକୁ ଆସିସାରିଛି । ଏବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ। ଦୀର୍ଘ ସମୟ ପରେ ଆମୀରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ କରୀନା କପୁର ଖାନ । ଇତିମଧ୍ୟରେ ଫିଲ୍ମରୁ କରୀନାଙ୍କ ଫାଷ୍ଟଲୁକ ପୋଷ୍ଟର ସାମ୍ନାକୁ ଆସିଯାଇଛି।

ଆମୀର ଭାଲେଣ୍ଟାଇନ ଡେ ଅବସରରେ ଫ୍ୟାନ୍ସଙ୍କ ପାଇଁ କରୀନାଙ୍କ ଫାଷ୍ଟଲୁକ ପୋଷ୍ଟର ସେୟାର କରି ସରପ୍ରାଇଜ ଦେଇଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ପା ଲେନେ କି ବେଚେନୀ, ଔର ଖୋ ଦେନେ କା ଡର.. ବସ ଇତନା ସା ହେ ଜିନ୍ଦଗୀ କା ସଫର। ହାପି ଭାଲେଣ୍ଟାଇନ ଡେ କରୀନା। ଖାସ୍ ମୁଁ ସବୁ ଫିଲ୍ମରେ ତୁମ ସହ ରୋମାନ୍ସ କରିପାରନ୍ତି। ’

ପୋଷ୍ଟରେ କରୀନା, ଆମୀରଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । କିଛି ଦିନ ପୂର୍ବରୁ ‘ଲାଲ ସିଂ ଚଡ୍ଡା’ରୁ ଫିଲ୍ମ ଟିମର ଫଟୋ ଭାଇରାଲ ହୋଇଥିଲା । ପ୍ରକାଶ ଥାଉକି ‘ଲାଲ ସିଂ ଚଡ୍ଡା’ଙ୍କ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅଦ୍ବୈତ ଚନ୍ଦନ । ସେହିପରି ଫିଲ୍ମର କାହାଣୀ ଲେଖିଛନ୍ତି ଅତୁଲ କୁଲକର୍ଣ୍ଣି । 1994ରେ ରିଲିଜ ହୋଇଥିବା ହଲିଉଡ ଅଭିନେତା ରବର୍ଟ ଜେମେକିସଙ୍କ ଓସ୍କାର ବିଜେତା ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଏହା ହିନ୍ଦୀ ରିମେକ ଫିଲ୍ମ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.