ETV Bharat / sitara

କରୀନାଙ୍କ ଘରେ କୁନି ଅତିଥି, ଖୁସି ଅଛନ୍ତି ତୈମୁର

author img

By

Published : Nov 13, 2020, 1:23 PM IST

ଭାଇରାଲ ହେଲା ତୈମୁରଙ୍କ କ୍ୟୁଟ ଫଟୋ । କୁନି ଝିଅଙ୍କୁ କୋଳରେ ଧରି ଖୁସି ନଜର ଆସୁଛନ୍ତି ତୈମୁର । କରୀନାଙ୍କ ଘରେ ପ୍ରି-ଦିୱାଲୀ ପାର୍ଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନ ଦ୍ବିତୀୟ ଥର ମା' ହେବାକୁ ଯାଉଛନ୍ତି । ବର୍ତ୍ତମାନ ସବୁ କାମ ଛାଡି ସେ ଘରେ ଅଛନ୍ତି । ନିକଟରେ ଏହାର ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ ସୈଫ ଅଲ୍ଲୀ ଖାନ ଓ କରୀନା । ସେହିପରି ଦୁଇଜଣଙ୍କ ଲାଡଲା ତୈମୁର ବଡ ଭାଇ ହେବେ । ଏହାପର୍ବରୁ ସୋସିଆଲ ମିଡିଆରେ ଘୁରିବୁଲୁଛି ତୈମୁରଙ୍କ କିଛି ସୁନ୍ଦର ଫଟୋ । ଯେଉଁଥିରେ ସେ ଆଉ ଜଣେ କୁନି ଅତିଥିଙ୍କ ସହ ଖେଳୁଥିବାର ଦେଖାଯାଉଛନ୍ତି । ଆଉ ଏକ ଫଟୋରେ କରୀନା ମଧ୍ୟ ସେହି କୁନି ଝିଅ ସହ ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଖାଲି ଏତିକି ନୁହେଁ ଫଟୋରେ କରୀନାଙ୍କ ବେବି ବମ୍ପ ମଧ୍ୟ ଦେଖାଯାଉଛି । ଏହି ଫଟୋ ଗୁଡିକ କରୀନାଙ୍କ ଘରେ ଆୟୋଜନ ହୋଇଥିବା ପ୍ରି-ଦୀୱାଲି ପାର୍ଟିର । ଯେଉଁଥିରେ ସେ ନିଜ ଆସିଷ୍ଟାଣ୍ଟ ପୁନମ ଦମାନିୟାଙ୍କୁ ନିମନ୍ତ୍ରଣ କରିଥିଲେ । ପୁନମ ନିଜ ପରିବାର ସହ ଏହି ପାର୍ଟିରେ ଯୋଗ ଦେଇଥିଲେ । ଆଉ ତାଙ୍କ କୁନି ଝିଅଙ୍କ ସହ ତୈମୁର ଫ୍ରେଣ୍ଡଶିପ ମଧ୍ୟ ରଖିଛନ୍ତି ।

ଏହାର କିଛି ଫଟୋ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ‘ବେବୋ ଆମକୁ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ସିୟା ନିଜର ପ୍ରଥମ ବନ୍ଧୁ ରୂପେ ତୈମୁରଙ୍କୁ ପାଇଛନ୍ତି । ତୁମ ସମସ୍ତଙ୍କୁ ସ୍ନେହ ଆଉ କେବଳ ଭଲ ପାଇବା ମୋ ତରଫରୁ ।’

ପ୍ରକାଶ ଥାଉକି କରୀନା ଖୁବଶୀଘ୍ର ସୁପରଷ୍ଟାର ଆମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ସୁଟିଂ ଶେଷ କରିଥିଲେ ସେ । ଏହି ଫିଲ୍ମ ହଲିଉଡର ସୁପରହିଟ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.