ନୂଆଦିଲ୍ଲୀ: ବଲିଉଡର ବେବୋ ତଥା ଅଭିନେତ୍ରୀ କରୀନା କପୁର ଖାନ ଖୁବଶୀଘ୍ର ତାଙ୍କର ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଏବେ ତାଙ୍କର 9 ମାସ ଚାଲିଛି । ସେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି ।
ଆଜି(ଗୁରୁବାର) କରୀନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ବୁମେରାଙ୍ଗ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ବେବି ବମ୍ପ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଭିଡିଓରେ କରୀନା କ୍ୟାମେରାକୁ ବାରମ୍ବାର ଦେଖି ହସୁଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓ ସହିତ କ୍ୟାପସନରେ କରୀନା ଲେଖିଛନ୍ତି, '9 ମାସ ଏବଂ ଆହୁରି ଶକ୍ତିଶାଳୀ ହେବି'।
କିଛିଦିନ ପୂର୍ବରୁ ଗର୍ଭାବସ୍ଥାରେ କରୀନା ଯୋଗ କରିବା ସମୟର କିଛି ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।
ପ୍ରକାଶ ଥାଉ ଯେ, କରୀନା ଏବଂ ସୈଫ ଦମ୍ପତିଙ୍କ ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି ।
ଆଗାମୀ ସମୟରେ, କରୀନା ଆମୀର ଖାନଙ୍କ ସହ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।