ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବିପାଶ ବାସୁ ଓ କରନ ସିଂ ଗ୍ରୋବର ବଲିଉଡର ହଟ୍ କପଲଙ୍କ ମଧ୍ୟରେ ଅନ୍ୟତମ । ଦୁଇଜଣଙ୍କ ବିବାହକୁ ଅନେକ ବର୍ଷ ବିତିସାରିଲାଣି ହେଲେ ଆଜି ମଧ୍ୟ ଦୁଇଜଣ ନ୍ୟୁଲି ମ୍ୟାରେଡ କପଲ ପରି ଲାଗୁଛନ୍ତି । ଲକଡାଉନରେ ବିପାଶା-କରନ ଘରେ ସମୟ ବିତାଉଥିବାର ନଜର ଆସିଥିଲେ । ନିକଟରେ କରନ ଏହି ବିଷୟରେ ଏକ ସାକ୍ଷାତକାରରେ ନିଜର ଅନୁଭୂତି ମଧ୍ୟ ସେୟାର କରିଥିଲେ ।
ଆଉ କହିଥିଲେ ଯେ ଏହି ଲକଡାଉନରେ ଆମକୁ ପରସ୍ପରର କୌଣସି ନୂଆ ସାଇଡ ଦେଖିବାକୁ ପାଇନଥିଲୁ । କାରଣ ଆମେ ଯେବେ କାମ କରୁଥିଲୁ ସେହି ସମୟରେ ମଧ୍ୟ ଆମେ ପରସ୍ପର ସହ ଅନେକ ସମୟ ଏକାଠି ବିତାଇଥିଲୁ । କାମ ସମୟ ମଧ୍ୟରେ ଆମେ ପରସ୍ପର ହୃଦୟ ଓ ମସ୍ତିଷ୍କରେ 24 ଘଣ୍ଟା ରହୁଥିଲୁ ।
ବିପାଶାଙ୍କ ଏମିତି କୌଣସି ସାଇଡ ନାହିଁ ଯାହା ସେ ଏଯାବତ ଦେଖିନାହାଁନ୍ତି । କିନ୍ତୁ ହଁ ସେ ଲକଡାଉନରେ ତାଙ୍କ ପାଇଁ ଖାଦ୍ୟ ତିଆରି କରିଥିଲେ । ଆଉ ସେ ବହୁତ ଭଲ ରୋଷେଇୟା ମଧ୍ୟ । ଆମେ ଦୁଇଜଣ ଏକାଠି ପଢୁଥିଲୁ, ଭୋଜନ କରୁଥିଲୁ । ଏହାବ୍ୟତୀତ ନିକଟରେ ସେ ଦୁଇଜଣଙ୍କ ଚତୁର୍ଥ ବିବାହ ବାର୍ଷିକୀ ମଧ୍ୟ ପାଳନ କରିଥିଲି । ହେଲେ ଏଯାବତ ଲାଗୁନାହିଁ ଯେ ତାଙ୍କ ବିବାହକୁ 4 ବର୍ଷ ପୂରଣ ହୋଇସାରିଲାଣି ବୋଲି କହିଥିଲେ କରନ ।
ପ୍ରକାଶ ଥାଉକି କରନ-ବିପାଶଙ୍କ ଲଭଷ୍ଟୋରି ଫିଲ୍ମ ‘ଏଲୋନ’ ସୁଟିଂ ସମୟରେ ଆରମ୍ଭ ହୋଇଥିଲେ । କିଛି ଦିନ ପରସ୍ପରକୁ ଡେଟ କରିବା ପରେ 2016ରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।