ମୁମ୍ବାଇ: ବଲିଉଡରେ କିଛି ଦିନ ହେବ ଚର୍ଚ୍ଚାରେ ଅନୁଷା ଦାଣ୍ଡେକର ଓ କରନ କୁନ୍ଦ୍ରାଙ୍କ ବ୍ରେକଅପ । ଏହି ଯୋଡିଙ୍କ ବ୍ରେକଅପକୁ ନେଇ ଭିନ୍ନ ଭିନ୍ନ କଥା କହିବାରେ ଲାଗିଛନ୍ତି ଫ୍ୟାନ୍ସ । ଇତିମଧ୍ୟରେ ଏହି ଖବର ଉପରେ ଫୁଲଷ୍ଟପ ଲଗାଯାଇଛନ୍ତି କରନ। ପ୍ରଥମଥର ସାମ୍ନାକୁ ଆସି ସେ ନିଜ ବ୍ରେକଅପ ଆଉ ରିଲେସନଶିପ ବିଷୟରେ ଖୁଲାସା କରିଛନ୍ତି ।
କରନ ମିଡିଆକୁ ଦେଇଥିବା ଜବାବରେ କହିଛନ୍ତି ଯେ, ସେ ଅନୁଷାଙ୍କ ସହ ବ୍ରେକଅପ କରିନାହାଁନ୍ତି । କିଛି ଦିନ ପାଇଁ ଦୁଇଜଣ ପରସ୍ପରଠୁ ଅଲଗା ଅଛନ୍ତି । ଦୁଇଜଣଙ୍କ ପାଖରେ ପରସ୍ପର ଘର ମଧ୍ୟ ଅଛି । ପୂର୍ବରୁ ଏକାଠି ରହୁଥିଲୁ । ହେଲେ କିଛି ଦିନ ହେବ ଦୁଇଜଣ ନିଜ ନିଜ କାମରେ ବ୍ୟସ୍ତ ଥିବାରୁ ଅଲଗା ରହୁଛନ୍ତି । ବ୍ରେକଅପ ହେବା ଖବର ସମ୍ପୂର୍ଣ୍ଣ ମିଛ।
ଦେଶରେ ଲକଡାଉନ ଘୋଷଣା ହେବା ସମୟରେ ସେ ହରିୟାଣାରେ ସୁଟିଂ କରୁଥିଲେ । ଯାହାପରେ ସେ ସଙ୍ଗେ ସଙ୍ଗେ ମୁମ୍ବାଇ ଫେରିଆସିଥିଲେ । ନିଜ ପାଇଁ ସେ ଆଉ କାହା ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହାଁନ୍ତି । ଏଥିନିମନ୍ତେ ସେ କ୍ବାରେଣ୍ଟାଇନରେ ନିଜ ଘରେ ରହିଥିଲେ ବୋଲି କହିଛନ୍ତି କରନ ।