ETV Bharat / sitara

ଧର୍ମା ପ୍ରଡକ୍ସନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

author img

By

Published : May 1, 2019, 1:37 PM IST

Updated : May 1, 2019, 1:43 PM IST

କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ମାତ୍ର ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡର ପପୁଲାର ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ଗୋଦାମରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ରାତି ପ୍ରାୟ 2ଟା 30 ମିନିଟରେ ଗୋରେଗାଓଁର କାମା ଇଣ୍ଡଷ୍ଟ୍ରିର ବିଲ୍ଡିଙ୍ଗରେ ନିଆଁ ଲାଗିଥିଲା । ବିଲ୍ଡଙ୍ଗିର ଗ୍ରାଉଣ୍ଡ ଫ୍ଲୋରରେ ଧର୍ମା ପ୍ରଡକ୍ସନର ଗୋଦାମ ରିହିଛି । ଗୋଦାମରେ ରଖାଯାଇଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଛି ।

cama industry estate
ଫଟୋ ସୌଜନ୍ୟ: ଏ ଏନ ଆଇ

ନିଆଁ ଲାଗିବାର ସୂଚନା ମିଳିବା ପରେ 16ଟି ଦମକଳ ଆସି ନିଆଁକୁ ଆୟତ କରିଥିଲେ । ଏଥିରେ କେହି ବି ମୃତାହତ ହୋଇନାହାଁନ୍ତି । ତେବେ ଗୋଦାମରେ ଥିବା ସମସ୍ତ କଷ୍ଟ୍ୟୁମ, ପ୍ରପ୍ ଜଳି ନଷ୍ଟ ହୋଇଯାଇଛି । କେବଳ ନିଆଁ ଲିଭେଇବା ସମୟରେ ଜଣେ ଦମକଳ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।

ତେବେ କରଣଙ୍କ ଫିଲ୍ମ 'କଲଙ୍କ' ବକ୍ସ ଅଫିସରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଫିଲ୍ମର ନିର୍ମାଣ ପାଇଁ 130କୋଟି ଖର୍ଚ୍ଚ କରାଯାଇଥିଲାବେଳେ ମାତ୍ର 76କୋଟିର ବ୍ୟବସାୟ ହୋଇଥିଲା, ଫଳରେ କରଣଙ୍କୁ ପ୍ରାୟ 30 କୋଟି ଟଙ୍କା ଡିଷ୍ଟ୍ରିବ୍ୟୁଟରଙ୍କୁ ଦେବାକୁ ପଡିଥିଲା ।

Intro:Body:

blank

Conclusion:
Last Updated : May 1, 2019, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.