ହାଇଦ୍ରାବାଦ: ସୁଟିଂର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି କରନ ଜୋହରଙ୍କ ହାଉସ ପାର୍ଟିରେ ଯୋଗ ଦେଇଛନ୍ତି ଅନେକ ବଲିଉଡ କଳାକାର । ଦୀପିକା ପାଦୁକୋନ, ରଣବୀର କପୁର, ମଲାଇକା ଅରୋରା ଆଦି ବଲିଉଡ କଳାକାର ଏହି ପାର୍ଟିରେ ଯୋଗ ଦେଇଥିଲେ । ଏନେଇ ଏକ ଭିଡିଓ ସେୟାର କରିଥିଲେ କରନ ।
ଭିଡିଓଟି ସୋସିଆଲ ମିଡିଆରେ ସେୟାର ହେବା ପରେ ଶିରୋମଣି ଅକାଳି ଦଳର ବିଧାୟକ ମଞ୍ଜିଦର ଏସ ସିରସା ଟ୍ବିଟରରେ ଏକ ଅଭିଯୋଗ ଆଣିଥିଲେ । କରନଙ୍କ ଭିଡିଓକୁ ରି-ପୋଷ୍ଟ କରି ବଲିଉଡ କଳାକାର ଡ୍ରଗ୍ସ ନେଇଥିବାର ଅଭିଯୋଗ କରିଥିଲେ ଓ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି ବୋଲି କହିଥିଲେ ।
ତେବେ ଏହି ଟ୍ବିଟ ପରେ କଂଗ୍ରେସ ନେତା ମିଲିନ୍ଦ ଦେଓରା ରାଗି ଯାଇ ସିରସାଙ୍କ ଟ୍ବିଟର ଜବାବ ଦେଇଛନ୍ତି । ଯେଉଁ ବିଷୟରେ ଜାଣିନାହାଁନ୍ତି ସେ ନେଇ ମିଛ କୁହନ୍ତୁ ନାହିଁ ବୋଲି ଟ୍ବିଟ କରି କହିଛନ୍ତି । ଏଥିପାଇଁ ଆପଣଙ୍କୁ କ୍ଷମା ମାଗିବା ଜରୁରୀ ବୋଲି ମଧ୍ୟ କହିଛନ୍ତି କଂଗ୍ରେସ ନେତା ।