ETV Bharat / sitara

ଇବ୍ରାହିମଙ୍କୁ ଲଞ୍ଚ କରିବେ କରଣ ଜୋହର ! - karan-johar-to-launch-ibrahim

ଏବେ ଏକ ଖବର ସାମ୍ନାକୁ ଆସିଛି ଯେ, ପୁଣି ଥରେ କରଣ ଜୋହର ଇଣ୍ଡଷ୍ଟ୍ରିରେ ଏକ ଷ୍ଟାରକିଡ୍କୁ ଲଞ୍ଚ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅଧିକ ପଢନ୍ତୁ...

karan-johar-to-launch-ibrahim-ali-khan-as-assistant-director-in-ranveer-singh-alia-bhatt-upcoming-film
ସୈଫଙ୍କ ପୁଅ ଇବ୍ରାହିମଙ୍କୁ ଲଞ୍ଚ କରିବେ କରଣ ଜୋହର !
author img

By

Published : Mar 31, 2021, 6:54 PM IST

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ତାଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ଶନୟା କପୁରଙ୍କୁ ଲଞ୍ଚ କରିବେ।

ଏବେ ଏକ ଖବର ସାମ୍ନାକୁ ଆସିଛି ଯେ, ପୁଣି ଥରେ କରଣ ଜୋହର ଇଣ୍ଡଷ୍ଟ୍ରିରେ ଜଣେ ଷ୍ଟାରକିଡକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆଗାମୀ ଦିନରେ କରଣ ତାଙ୍କ ନିର୍ଦ୍ଦେଶନାରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏଥିସହିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲି ଖାନଙ୍କୁ ସୁଯୋଗ ଦିଆଯିବ।

ଏକ ରିପୋର୍ଟ ଅନୁଯାୟୀ, ଇବ୍ରାହିମ୍ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ବୁଝିବାକୁ ଚାହୁଁଛନ୍ତି । ତେଣୁ ସେ ସହ ନିର୍ଦ୍ଦେଶକ ଭାବରେ ଫିଲ୍ମରେ ଡେବ୍ୟୁ କରିବାକୁ ଚାହୁଁଛନ୍ତି ।

ଉଲ୍ଲେଖଥାଉ କି, ଏହା ମଧ୍ୟ କୁହାଯାଉଛି ଯେ ଇବ୍ରାହିମ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି ଯେ ସେ ଜଣେ ଅଭିନେତା କିମ୍ବା ନିର୍ଦ୍ଦେଶକ ହେବାକୁ ଚାହୁଁଛନ୍ତି ।

କିନ୍ତୁ, କରଣଙ୍କ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍ କିମ୍ବା ଜୁଲାଇ ସୁଦ୍ଧା ଆରମ୍ଭ ହେବ । ବର୍ତ୍ତମାନ ରଣଭୀର ଫିଲ୍ମ 'ସର୍କସ'ର ସୁଟିଂରେ ବ୍ୟସ୍ତ ଥିବାବେଳେ ଆଲିଆ 'ଗଙ୍ଗୁବାଇ କାଠିଆୱାଡି'ର ସୁଟିଂ କରୁଛନ୍ତି। ଏହାପୂର୍ବରୁ ରଣଭୀର-ଆଲିଆଙ୍କ ଯୋଡି ଫିଲ୍ମ 'ଗଲି ବଏ'ରେ ନଜର ଆସିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.