ETV Bharat / sitara

‘କଭି ଖୁସି କଭି ଗମ ମୋ ପାଇଁ ଶକ୍ତ ଚାପୁଡା’

author img

By

Published : Jan 20, 2020, 4:09 PM IST

ନିଜ ଫିଲ୍ମ ‘କଭି ଖୁସି କଭି ଗମ’କୁ ନେଇ କରନଙ୍କ ବଡ ବୟାନ । ଫିଲ୍ମ ନିର୍ମାଣ କରୁଥିବା ସମୟରେ ତାଙ୍କୁ ଲାଗିଥିଲା ଏହା ସବୁଠୁ ବଡ ହିଟ୍ ଫିଲ୍ମ ହେବ । ହେଲେ ତାଙ୍କ ମୁହଁରେ ଶକ୍ତ ଚାପୁଡା ପରିଥିଲା ଏହି ଫିଲ୍ମ ।

karan johar
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଫେମସ ଫିଲ୍ମ ନିର୍ମାତା କରନ ଜୋହର ନିଜ ଫିଲ୍ମ ‘କଭି ଖୁସି କଭି ଗମ’କୁ ନେଇ ବଡ ଖୁଲାସା କରିଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ସେ ଚର୍ଚ୍ଚାରେ । ତାଙ୍କ ଅନୁଯାଯୀ 2001ରେ ରିଲିଜ ହୋଇଥିବା ଫିଲ୍ମ ‘କଭି ଖୁସି କଭି ଗମ’ ତାଙ୍କ ଚେହେରାରେ ଏକ ଚାପୁଡା ପରି ଥିଲା । ଯାହା ତାଙ୍କୁ ବାସ୍ତବତାର ସାମ୍ନା କରାଇଥିଲା । ଏହାର ଖୁଲାସା ସେ ପୋଡକାଷ୍ଟ ଶୋରେ କରିଥିଲେ ।

  • " class="align-text-top noRightClick twitterSection" data="">

ସେ ଭାବିଥିଲେ ଯେ ‘ମୁଗଲ-ଏ-ଆଜମ’ ପରେ ଆମୀର ଖାନଙ୍କ ଫିଲ୍ମ ‘ଲଗାନ’ ଓ ଫରହାନ ଅଖତରଙ୍କ ଫିଲ୍ମ ‘ଦିଲ ଚାହତା ହେ’ ପରେ ସେ ସବୁଠାରୁ ବଡ ଫିଲ୍ମ ନିର୍ମାଣ କରୁଛନ୍ତି । ତାଙ୍କ ମୁଖ୍ୟ ଲକ୍ଷ ‘କଭି ଖୁସି କଭି ଗମ’ରେ ବଡ ଷ୍ଟାରକାଷ୍ଟକୁ ସାମିଲ କରିବାର ଥିଲା । ସେ ନିଜ ଡ୍ରିମ ମୁତାବିକ ଏହି ଫିଲ୍ମ ନିର୍ମାଣ କରିଥିଲେ ହେଲେ ଏହା ତାଙ୍କ ମୁହଁରେ ଶକ୍ତ ଚାପୁଡା ପରିଥିଲା ବୋଲି କରନ କହିଥିଲେ ।

ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ ଯେ କ୍ରିଟିକ୍ସଙ୍କ ଦ୍ବାରା ଫିଲ୍ମକୁ ପ୍ରତିକ୍ରିୟା ଓ ଆୱାର୍ଡ୍ସ ମିଳିଥିଲା ସତ, ହେଲେ ଫିଲ୍ମର ଖରାପ ପ୍ରଦର୍ଶନକୁ ନେଇ ସେ ଆଶ୍ଚର୍ଯ୍ୟ ଥିଲେ । ପ୍ରକାଶ ଥାଉକି ଫ୍ୟାମିଲି ଲଭ ଷ୍ଟୋରୀ ଜୋନର ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଶାହରୁଖ ଖାନ, କାଜୋଲ, ହ୍ରିତିକ ରୋଶନ ଓ କରୀନା କପୁର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ରାନୀ ମୁଖାର୍ଜୀ ଫିଲ୍ମରେ ଛୋଟ ଭୂମିକାରେ ନଜର ଆସିଥିଲେ ।

ଧର୍ମା ପ୍ରଡକ୍ସନ ହାଉସ ଜରିଆରେ କରନ ଗତ ବର୍ଷ ଅନେକ ଫିଲ୍ମର ପ୍ରଯୋଜନା କରିଥିଲେ । ଏହି କ୍ରମରେ ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ ଶାନଦାର ପ୍ରଦର୍ଶନ ଏଯାବତ ବକ୍ସ ଅଫିସରେ କରୁଛି । ଆଉ ଏବର୍ଷ କରନ ଐତିହାସିକ କାହାଣୀଭରା ଫିଲ୍ମ ‘ତଖ୍ତ’ ନେଇ ପରଦାକୁ ଫେରିବେ । ଏହି ମଲ୍ଟି ଷ୍ଟାରର ଫିଲ୍ମ ଏକ ପିରିୟଡ ଡ୍ରାମା ଫିଲ୍ମ । ଯେଉଁଥିରେ ରଣବୀର ସିଂ, ଅନିଲ କପୁର, ବିକ୍କୀ କୌଶଲ, ଭୂମି ପେଡନେକର, ଜାହ୍ନବୀ କପୁର ଓ ଆଲିୟା ଭଟ୍ଟ ଭଳି ଷ୍ଟାର୍ସ ଅଭିନୟ କରିବାକୁ ଯାଉଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.