ETV Bharat / sitara

ସିନେମା ହଲ୍ ଖୋଲିବାକୁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କଲେ କରଣ - ଦିଲ୍ଲୀ ସିନେମା ହଲ୍

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । କୋରୋନାକୁ ଦୃଷ୍ଟିରେ ଡିସେମ୍ବର ୨୮ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରେକ୍ଷାଳୟ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

ସିନେମା ହଲ୍ ଖୋଲିବା ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କଲେ କରଣ ଜୋହର

author img

By

Published : Jan 1, 2022, 9:22 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ କହିବାନୁସାରେ ଦିଲ୍ଲୀରେ କୋରୋନାର ତୃତୀୟ ଲହର ପ୍ରବେଶ କରିସାରିଛି । ଏଭଳି ପରିସ୍ଥିତିରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ କରାଇବା ପାଇଁ ସରକାର ବିଭିନ୍ନ ପଦେକ୍ଷପ ଆପଣାଉଛନ୍ତି ।

ଏହା ସହିତ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଦୃଷ୍ଟିରେ ଡିସେମ୍ବର ୨୮ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରେକ୍ଷାଳୟ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ଫିଲ୍ମ ନିର୍ମାତାମାନେ ମଧ୍ୟ ସେମାନଙ୍କ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦେଇଛନ୍ତି ।

ସିନେମା ପ୍ରେକ୍ଷାଳୟ ବନ୍ଦ ହେବା କାରଣରୁ ମଲ୍ଟିପ୍ଲେକ୍ସ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ପ୍ରଭାବିତ ହେଉଛି । ପୂର୍ବରୁ ଅର୍ଥାତ୍ କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ଲାଗିଥିବା ପ୍ରତିବନ୍ଧକ ଯୋଗୁଁ ଦୁଇଟି ଇଣ୍ଡଷ୍ଟ୍ରିରେ ବହୁତ କ୍ଷତି ସହିବାକୁ ପଡିଥିଲା । ତେବେ ଏହି କାରଣରୁ ଡିସେମ୍ବର ୩୦ ତାରିଖରେ ଫିଲ୍ମ ନିର୍ମାତା କରଣ ଜୋହର ଦିଲ୍ଲୀ ସରକାରଙ୍କୁ ସିନେମା ପ୍ରେକ୍ଷାଳୟକୁ ସଞ୍ଚାଳିତ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.