ETV Bharat / sitara

ପରିବାରବାଦ ବିବାଦ, କରନଙ୍କ ବଡ ପଦକ୍ଷେପ

author img

By

Published : Jun 18, 2020, 8:00 PM IST

ଚର୍ଚ୍ଚାରେ କରନ ଜୋହର । ଟ୍ବିଟରରେ ଅନଫଲୋ କଲେ 1 ହଜାରରୁ ଅଧିକ ଷ୍ଟାର୍ସଙ୍କୁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ତାଙ୍କ ଫ୍ୟାନ୍ସଙ୍କ କ୍ରୋଧ । ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ଆରମ୍ଭ ହୋଇଯାଇଛି ୱାର । ଯାହାକୁ ଆଧାର କରି ଫେମସ ନିର୍ମାତା କରନ ଜୋହର, ଆଲିୟା ଭଟ୍ଟ, ସଲମାନ ଖାନଙ୍କ ବ୍ୟତୀତ ଅନେକ ଷ୍ଟାର୍ସଙ୍କ ଉପରେ ପରିବାରବାଦ ଅଭିଯୋଗ ଲଗାଯାଉଛି । ଇତିମଧ୍ୟରେ କରନ ନେଇଛନ୍ତି ବଡ ପଦକ୍ଷେପ । ଯାହାକୁ ନେଇ ଆଶ୍ଚର୍ଯ୍ୟ ସମସ୍ତେ ।

ନିଜ ବିରୋଧରେ ଚାଲିଥିବା ସମାଲୋଚନା ବାରମ୍ବାର ଶୁଣିବା ପରେ କରନ ଏବେ ନିଜ ଟ୍ବିଟର ଆକାଉଣ୍ଟରୁ ଷ୍ଟାର କିଡ୍ସ ସହ କିଛି ଷ୍ଟାର୍ସଙ୍କୁ ଅନଫଲୋ କରିଦେଇଛନ୍ତି । ସେ ପାଖାପାଖି 1 ହଜାରରୁ ଅଧିକ ଲୋକଙ୍କୁ ଅନଫଲୋ କରିଛନ୍ତି ।

ଏବେ ତାଙ୍କ ଟ୍ବିଟର ଦେଖିଲେ ଜଣାପଡୁଛି ଯେ ସେ ମାତ୍ର 8 ଜଣଙ୍କୁ ଫଲୋ କରୁଛନ୍ତି । ଏଥିରେ ଚାରୋଟି ଆକାଉଣ୍ଟ ତାଙ୍କ ପ୍ରଡକ୍ସନ ହାଉସ ଧର୍ମା ସହ ସମ୍ପୃକ୍ତ । ଆଉ ସେହିପରି ମାତ୍ର 4 ଜଣ ସେଲିବ୍ରିଟିଙ୍କୁ ସେ ଫଲୋ କରୁଥିବାର ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକ ତାଙ୍କ ଅନଫଲୋ ଲିଷ୍ଟରେ ବଲିଉଡର ଅନେକ ଫେମସ ସେଲିବ୍ରିଟି ସାମିଲ ଅଛନ୍ତି । ସେ କେବଳ ଟ୍ବିଟର ଆକାଉଣ୍ଟରେ ଅନଫଲୋ କରିଛନ୍ତି । ହେଲେ ଫେସବୁକ ଓ ଇନଷ୍ଟାଗ୍ରାମରେ ସେ ଏଯାବତ କାହାରିକୁ ଅନଫଲୋ କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.