ETV Bharat / sitara

‘ଲଷ୍ଟ ଷ୍ଟୋରି’ ପରେ ଏବେ ‘ଘୋଷ୍ଟ ଷ୍ଟୋରି’, ହାତ ମିଳାଇଲେ ଏହି ମେକର୍ସ - ନେଟଫ୍ଲିକ୍ସ ଅପକମିଂ ୱେବ ସିରିଜ ଘୋଷ୍ଟ ଷ୍ଟୋରିଜ

ଖୁବଶୀଘ୍ର ଦର୍ଶକ ନେଟଫ୍ଲିକ୍ସରେ ଦେଖିବାକୁ ପାଇବେ ହରର, ଥ୍ରିଲର ୱେବ ସିରିଜ ‘ଘୋଷ୍ଟ ଷ୍ଟୋରିଜ’ । ପୁଣି ଚାରି ଫେମସ ନିର୍ମାତା ଏକାଠି କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ ।

ghoststories
ଡିଜାଇନ ଫଟୋ
author img

By

Published : Nov 28, 2019, 7:47 PM IST

ମୁମ୍ବାଇ: ବଲିଉଡର ବିଶିଷ୍ଟ ମେକର୍ସ ବର୍ତ୍ତମାନ ଦର୍ଶକଙ୍କୁ ଡରାଇବା ପାଇଁ ପ୍ରସ୍ତୁତ । ‘ଲଷ୍ଟ ଷ୍ଟୋରିଜ’ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା ନିର୍ମାତା କରନ ଜୋହର, ଜୋୟା ଅଖତର, ଅନୁରାଗ କଶ୍ୟପ ଓ ଦିବାକର ବାନାର୍ଜୀ ପୁଣି ହାତ ମିଳାଇଛନ୍ତି । ଗତବର୍ଷ ଆସିଥିବା ‘ଲଷ୍ଟ ଷ୍ଟୋରିଜ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଆଉ ଏବେ ଏହି ଚାରି ମେକର୍ସ ‘ଘୋଷ୍ଟ ଷ୍ଟୋରିଜ’ ନେଇ ଫେରିବେ ।

ଭିଡିଓ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଆସନ୍ତା ବର୍ଷ ପପୁଲାର ଜିଡିଟାଲ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ‘ଘୋଷ୍ଟ ଷ୍ଟୋରିଜ’ ଅନଏୟାର ହେବାକୁ ଯାଉଛି । ଏହା ଚାରୋଟି ସର୍ଟ ଫିଲ୍ମର ଏକ ସିରିଜ । ଯେଉଁଥିରେ ଜାହ୍ନବୀ କପୁର ଓ ମୃଣଳ ଠାକୁର ଭଳି ଅଭିନେତ୍ରୀ ଅଭିନୟ କରିବେ ।

ଏହାର ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରେ ଦେଇଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କରନ, ଜୋୟା, ଅନୁରାଗ ଓ ଦିବାକର ଏହା କହୁଥିବାର ଦେଖାଯାଇଛନ୍ତି ସେମାନେ ଏକାଠି ମିଶି ‘ଲଷ୍ଟ ଷ୍ଟୋରିଜ’ ନିର୍ମାଣ କରିଥିଲେ । ଆଉ ଏବେ ଭୂତ କାହାଣୀ ଆଣିବେ । ଘୋଷ୍ଟ ଷ୍ଟୋରିଜ 2020 ଜାନୁଆରୀ 1ରେ ନେଟଫ୍ଲିକ୍ସରେ ଟେଲିକାଷ୍ଟ ହେବ ।

ଅନ୍ୟପଟେ କରନ ଏହି ସିରିଜରୁ ମୃଣାଳଙ୍କ ଲୁକ ସେୟାର କରିଛନ୍ତି । ସେହିପରି ଜାହ୍ନବୀ ମଧ୍ୟ ସୋସିଆଲ ମିଡିଆରେ ନିଜ ଲୁକ ସେୟାର କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଛନ୍ତି । ପ୍ରକାଶ ଥାଉକି ନେଟଫ୍ଲିକ୍ସ ଓ ଆରଏସଭିପି ତୃତୀୟ ଥର ଏକାଠି କାମ କରୁଛନ୍ତି । ଫ୍ଲାଇଙ୍ଗ ୟୁନିକର୍ନ ଏଣ୍ଟରଟେନମେଣ୍ଟର ଆଶି ଦୁଆଙ୍କ ସହ ମିଳି ରୋନୀ ସ୍କ୍ରୁୱାଲା ଓ ଆରଏସଭିରି ଦ୍ବାରା ନିର୍ମିତ ଘୋଷ୍ଟ ଷ୍ଟୋରିଜ ଷ୍ଟ୍ରିମିଂ 190 ଦେଶରେ 15.1 କୋଟି ସଦସ୍ୟଙ୍କ ପାଇଁ କରାଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.