ETV Bharat / sitara

ସନ୍ନିଙ୍କ ଡାନ୍ସ ଦେଖି ଭାବୁକ ପୁଅ

ଖୁବଶୀଘ୍ର ବଲିଉଡରେ ଆଉ ଦୁଇ ନୂଆ ଚେହେରା ଡେବ୍ୟୁ କରିବାକୁ ଯାଉଛନ୍ତି । ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଓ ସହେର ବାମ୍ବା ଫିଲ୍ମ ‘ପଲ୍ ପଲ୍ ଦିଲ କେ ପାସ’ ଜରିଆରେ ବଲିଉଡରେ ପଦାର୍ପଣ କରିବେ । ଏହି ଫିଲ୍ମ ପ୍ରମୋଶନ ପାଇଁ ‘ନଚ ବଲିଏ 9’ ସେଟରେ ନଜର ଆସିବେ ଷ୍ଟାର-କାଷ୍ଟ।

author img

By

Published : Sep 3, 2019, 8:47 PM IST

ଡିଜାଇନ ଫଟୋ

ମୁମ୍ବାଇ: ଛୋଟ ପରଦାର ଡାନ୍ସ ରିୟାଲିଟି ଶୋ ‘ନଚ ବଲିଏ 9’ରେ ସବୁବେଳେ କିଛି ନା କିଛି ଡ୍ରାମା ଦେଖିବାକୁ ମିଳୁଛି । ଏହି କିଛି ଦିନ ପୂର୍ବରୁ ଏଲିମିନେଟ ହୋଇଥିବା ପ୍ରତିଯୋଗି ବିଶାଲ-ମଧୁରିମାଙ୍କ ଝଗଡା ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କିନ୍ତୁ ଏଥର ‘ନଚ ବଲିଏ 9’ ସେଟରେ ଯାହା ହୋଇଛି ତାହା ଦେଖି ଖୁସି ହୋଇଯାଇଛନ୍ତି ଉପସ୍ଥିତ ଥିବା ଦର୍ଶକ।

ଆଜ୍ଞା ହଁ, ଏଥର ୱିକେଣ୍ଡରେ ବି-ଟାଉନର ଆକ୍ସନ ଅଭିନେତା, ବିଜେପି ସାଂସଦ ସନ୍ନି ଦେଓଲ ପୁଅ କରଣ ଦେୱଲଙ୍କ ଆଗାମୀ ଫିଲ୍ମ ‘ପଲ୍ ପଲ୍ ଦିଲ କେ ପାସ’ର ପ୍ରମୋଶନ କରିବାକୁ ପୁରା ଷାର-କାଷ୍ଟଙ୍କ ସହ ପହଞ୍ଚିଛନ୍ତି । ଏସପ୍ତାହରେ ନଚ ବଲିଏ ସେଟରେ ଖୁବ୍ ମସ୍ତି ଦେଖିବାକୁ ମିଳିବ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଦେଓଲ

ଶୋର ଏକ ପ୍ରୋମୋ ଭିଡିଓ ରିଲିଜ ହୋଇଯାଇଛି । ଯେଉଁଥିରେ ସନ୍ନି ଓ ଶୋର ଜଜ ରବୀନା ଟଣ୍ଡନ ଏକାଠି ଡାନ୍ସ କରୁଥିବାର ନଜର ଆସିଛନ୍ତି । ପ୍ରକାଶ ଥାଉକି ଏହି ଯୋଡି ବଲିଉଡରେ ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି । କିନ୍ତୁ ‘ତେରେ ଚେହରେ ପେ ଅପନୀ ନଜର ଛୋଡ ଜାଉଗାଂ’ ଗୀତରେ ଡାନ୍ସ କରି ଦର୍ଶକଙ୍କ ମନ ଖୁସ କରିଦେଇଛନ୍ତି ।

ଅନ୍ୟପଟେ ପିତାଙ୍କ ଡ୍ୟାନ୍ସ ଦେଖି କରନ ଖୁସି ହେବା ସହ ଭାବୁକ ମଧ୍ୟ ହୋଇଯାଇଥିଲେ । ପରେ ଷ୍ଟେଜକୁ ଯାଇ ପିତାଙ୍କୁ ଆଲିଙ୍ଗନ କରିଥିଲେ । ବର୍ତ୍ତମାନ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି । ପୁରା ଏପିସୋଡ ଦେଖିବାକୁ ପାଇଁ ୱକେଣ୍ଡକୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.