ମୁମ୍ବାଇ: ଫେମସ ସିଙ୍ଗର ମିକା ସିଂ ଆଜି 43ରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଟିଭିର କମେଡି କିଙ୍ଗ କପିଲ ଶର୍ମାଙ୍କ ପତ୍ନୀ ଗିନ୍ନି ଚତରଥ ତାଙ୍କୁ ଖାସ୍ ଉପହାର ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ । ସେ ମିକାଙ୍କ ବର୍ଥଡେ ସ୍ପେଶାଲ କରିବା ପାଇଁ ହୋମମେଡ କେକ ତିଆରି କରିଛନ୍ତି । ସେହିପରି କପିଲ, ମିକାଙ୍କ ବର୍ଥଡେ ସେଲିବ୍ରେଶନର ଭିଡିଓ ଇନଷ୍ଟାଷ୍ଟୋରୀରେ ସେୟାର କରିଛନ୍ତି ।
ଭିଡିଓରେ ମିକା କେକ କାଟୁଥିବାର ନଜର ଆସୁଛନ୍ତି । ଆଉ କହୁଛନ୍ତି ଏହି ସୁନ୍ଦର କେକ ଗିନ୍ନି ଭାଉଜ ତିଆରି କରିଛନ୍ତି । ଧନ୍ୟବାଦ ଏହି ସବୁ ଜିନିଷ ପାଇଁ । ଭିଡିଓ ସେୟାର କରି କପିଲ ମଧ୍ୟ କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ମିକା ପାଜି । ଅନେକ ଅନେକ ପ୍ରେମ ଆଉ ଶୁଭକାମନା ।’
ପ୍ରକାଶ ଥାଉକି ମିକା ଓ କପିଲ ପରସ୍ପର ପଡୋଶୀ । ଆଉ ଦୁଇଜଣ ଭଲ ବନ୍ଧୁ ମଧ୍ୟ । ଦୁଇଜଣ ଅନେକ ଥର ଏକାଠି ଗୀତ ଗାଉଥିବାର ମଧ୍ୟ ନଜର ଆସିସାରିଛନ୍ତି । ଖାଲି ଏତିକି ନୁହେଁ କପିଲଙ୍କ ଶୋରେ ମଧ୍ୟ ଅନେକଥର ସାମିଲ ହୋଇସାରିଛନ୍ତି ମିକା ।