ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ କମେଡି ଶୋ ବର୍ତ୍ତମାନ ଟିଆରପି ମାମଲାରେ ଟପରେ ଅଛି । ଦର୍ଶକ ‘ଦ କପିଲ ଶର୍ମା’ ଶୋକୁ ଖୁବ୍ ପସନ୍ଦ କରୁଛନ୍ତି । କପିଲଙ୍କ ମଜାକଠୁ ନେଇ ତାଙ୍କ କଥା ଉପରେ ମଧ୍ୟ ଦର୍ଶକ ହସି ପକାନ୍ତି । କିନ୍ତୁ ନିକଟରେ ପ୍ରସାରିତ ହୋଇଥିବା ଏକ ଏପିସୋଡରେ କିଛି ଏମିତି ହୋଇଥିଲା । ଯାହା ପରେ କପିଲ ଦର୍ଶକଙ୍କ ଟାର୍ଗେଟରେ ଆସିଯାଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଛି । ୟୁଜର୍ସ ଏହାସହ ତାଙ୍କୁ ପରର୍ମଶ ମଧ୍ୟ ଦେଇଛନ୍ତି ଏମିତି ନକରିବାକୁ ।
କଥାଟି ହେଲା କି କିଛି ଦିନ ହେବ କପିଲ ‘ଦ କପିଲ ଶର୍ମା’ରେ ଜଜ ରୂପେ ନଜର ଆସୁଥିବା ଅର୍ଚ୍ଚନା ପୁରନ ସିଂଙ୍କ ଉପରେ ବାରମ୍ବାର କମେଣ୍ଟ କରିଆସୁଛନ୍ତି । ୱିକେଣ୍ଡର ଗତ ଏପିସୋଡରେ ଫିଲ୍ମ ‘ପାଗଲପନ୍ତୀ’ର ଷ୍ଟାରକାଷ୍ଟ ଶୋରେ ପହଞ୍ଚିଥିଲେ । ସେହି ସମୟରେ ଶୋରେ ସବୁଥର ପରି ଅର୍ଚ୍ଚନା ମଧ୍ୟ ଥିଲେ । ସମସ୍ତଙ୍କ ମଧ୍ୟରେ ଖୁବ୍ ମଜା ମସ୍ତି ଚାଲିଥିଲା । କପିଲ କିନ୍ତୁ ଅର୍ଚ୍ଚନାଙ୍କ ଉପରେ ଏକ ମଜାଦାର କମେଣ୍ଟ କରିଦେଇଥିଲେ । ଯାହା ଶୋର ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନଥିଲା । ଯାହାପରେ ସୋସିଆଲ ମିଡିଆରେ କପିଲଙ୍କୁ ଟ୍ରୋଲ କରାଯିବା ଆରମ୍ଭ ହୋଇଥିଲା ।
ସେହିପରି କପିଲ ଇନଷ୍ଟାଷ୍ଟୋରିରେ ଅର୍ଚ୍ଚନାଙ୍କ ଏକ ଭିଡିଓ ସେୟାର କରି କମେଣ୍ଟ କରିଥିଲେ । ଯାହା ୟୁଜର୍ସଙ୍କ ରାଗ ଆହୁରି ବଢାଇଦେଇଥିଲା । ଟ୍ରୋଲ କରି ଜଣେ ୟୁଜର ଲେଖିଥିଲେ, ‘ମୁଁ କପିଲ ଶର୍ମା ଦର୍ଶକଙ୍କ ପାଇଁ ଲଜ୍ୟା ଅନୁଭବ କରୁଛି । ସେ ଜାଣି ମଧ୍ୟ ପାରୁନାହାଁନ୍ତି ଅପମାନିତ ହୋଇଯାଉଛନ୍ତି । ସେଲିବ୍ରିଟି ଗେଷ୍ଟ ତାଙ୍କ ଉପରେ ହସୁଛନ୍ତି । ଏହା ଆଦୌ ମଜାକ କଥା ନୁହେଁ ।’ ଅନ୍ୟପଟେ ଆଉ ଜଣେ ୟୁଜର ଲେଖିଥିଲେ, ‘ଡିୟର କପିଲ ଶର୍ମା ଆପଣଙ୍କୁ ଅନୁରୋଧ ଦୟା କରି ଅର୍ଚ୍ଚନା ପୁରନ ସିଂଙ୍କୁ ସମ୍ମାନ ଦିଅନ୍ତୁ ।’