ETV Bharat / sitara

କନିକାଙ୍କୁ ଛାଡୁନି କୋରୋନା

author img

By

Published : Mar 24, 2020, 1:26 PM IST

ସାମ୍ନାକୁ ଆସିଲା କନିକା କପୁରଙ୍କ ଦ୍ବିତୀୟ କୋରୋନା ଟେଷ୍ଟ ରିପୋର୍ଟ। ପୁଣିଥରେ କୋରୋନା କବଳରେ ସେ।

kanika kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର

ଲକ୍ଷ୍ନୌ: ଗାୟିକା କନିକା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନକ ଖବର। ସେ ଏଯାବତ କୋରୋନା ରୋଗରୁ ତ୍ରାହି ପାଇନାହାଁନ୍ତି। ନୂଆ ରିପୋର୍ଟରେ ମଧ୍ୟ କନିକାଙ୍କ କୋରୋନା ପଜେଟିଭ ବାହାରିଛି। ନିକଟରେ କନିକାଙ୍କ ପ୍ରଥମ ଟେଷ୍ଟରେ କୋରୋନା ପଜେଟିଭ ଖବର ସାମ୍ନାକୁ ଆସିଥିଲା ।

ଯାହାପରେ ପୁରା ଦେଶରେ ଚହଳ ସୃଷ୍ଟି ହୋଇଥିଲା। କାରଣ କୋରୋନା ପଜେଟିଭ ବାହାରିବା ପୂର୍ବରୁ କନିକା ଅନେକ ପାର୍ଟିରେ ସାମିଲ ହୋଇଥିଲେ। ଏହାବ୍ୟତୀତ ସେ କାନପୁର ମଧ୍ୟ ଯାଇଥିଲେ । ତାଙ୍କର ଏପରି ବ୍ୟବହାରକୁ ଆଧାର କରି ୟୁପି ପୋଲିସ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଛି ।

ବର୍ତ୍ତମାନ ଲକ୍ଷ୍ନୌର ଏସଜିପିଜିଆଇ ମେଡିକାଲରେ ସେ ଆଇସୋଲେସନରେ ଅଛନ୍ତି। ସେ ସୁସ୍ଥ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ହେଲେ ଏଯାବତ ସେ କୋରୋନା କବଳରୁ ବାହାରିପାରିନାହାଁନ୍ତି । ଏହାସହ ପୋଲିସ ସେହି ଲୋକଙ୍କୁ ଟ୍ରାକ କରୁଛି, ଯିଏ କନିକାଙ୍କ ସହ ଫ୍ଲାଇଟ ଓ ପାର୍ଟିରେ ସାମିଲ ଥିଲେ। ସମସ୍ତଙ୍କ ଟେଷ୍ଟ ବର୍ତ୍ତମାନ ଚାଲିଛି । ତାଙ୍କ ସହ ପାର୍ଟିରେ ସାମିଲ ହୋଇଥିବା 63 ଲୋକଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିଛି। ବାକି ଲୋକଙ୍କ ରିପୋର୍ଟ ଏଯାବତ ସାମ୍ନାକୁ ଆସିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.