ମୁମ୍ବାଇ: ନୂଆ ବର୍ଷ ପୂର୍ବରୁ କଙ୍ଗନା ରଣାୱତ ସମ୍ପୂର୍ଣ୍ଣ ସୁରକ୍ଷା ସହ ମୁମ୍ବାଇ ଫେରିଛନ୍ତି । ସୋସିଆଲ ମିଡିଆରେ କଙ୍ଗନା ରଣାୱତଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି। ଏଥିରେ ସେ ତାଙ୍କ ପରିବାର ସହିତ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଛନ୍ତି ଏବଂ ତାଙ୍କ ଚାରିପାଖରେ ସୁରକ୍ଷାବଳ ନିୟୋଜିତ କରାଯାଇଛି ।
କଙ୍ଗନା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଥଲାଇଭି’ ସୁଟିଂରେ ବ୍ୟସ୍ତ ଥିଲେ । ନୂଆ ବର୍ଷରେ କଙ୍ଗନାଙ୍କ ହାତରେ ଅନେକ ଫିଲ୍ମ ରହିଛି । ନିକଟରେ କଙ୍ଗନା ସୋସିଆଲ ମିଡିଆରେ କହିଥିଲେ ଯେ ସେ ଜାନୁଆରୀ 2021ରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଧାକଡ’ ପାଇଁ ସୁଟିଂ କରିବେ। ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କୁ ଏଜେଣ୍ଟ ଅଗ୍ନି ଭୂମିକାରେ ନଜର ଆସିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ