ETV Bharat / sitara

ସ୍ବରାଙ୍କୁ ଚିଡାଇଲେ କଙ୍ଗନା - ସ୍ବରାଙ୍କୁ ଚିଡେଇଲେ କଙ୍ଗନା

ଆଜି କଙ୍ଗନା ଟାଇମପାସ କରିବା ଉଦ୍ଦେଶ୍ୟରେ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ଚିଡାଇବାକୁ ଲାଗିପଡିଲେ । ଅଧିକ ପଢନ୍ତୁ...

Kangana tease Swara with 'class and crass' tweet, latter gives epic reply
ସ୍ବରାଙ୍କୁ ଚିଡେଇଲେ କଙ୍ଗନା
author img

By

Published : Jan 24, 2021, 8:25 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ନିଜ ଚିନ୍ତାଧାରାକୁ ଦୁନିଆ ସାମ୍ମନାରେ ରଖିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏବେ ପୁଣିଥରେ ଚର୍ଚ୍ଚାରେ ତାଙ୍କର ଏକ ଟୁଇଟ ।

ଆଜି କଙ୍ଗନା ଟାଇମପାସ କରିବା ଉଦ୍ଦେଶ୍ୟରେ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ଚିଡାଇବାକୁ ଲାଗିପଡିଥିଲେ ।

କଙ୍ଗନା ସ୍ବରାଙ୍କ ସହିତ ଏକ ଫଟୋ କୋଲାଜକୁ ରିଟ୍ବିଟ କରିଛନ୍ତି । ଫଟୋରେ ଦୁହେଁ ସମାନ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ଦୁହେଁ ଏକ ସୁବର୍ଣ୍ଣ ରଙ୍ଗର ଶାଢୀ ଏବଂ ଧଳା ବ୍ଲାଉଜ ସହିତ ଏକ ହାର ପିନ୍ଧିଛନ୍ତି । ଏହି କୋଲାଜରେ କଙ୍ଗନାଙ୍କ ଫଟୋରେ 'କ୍ଲାସ୍' ଲେଖାଯାଇଥିବାବେଳେ ସ୍ବରାଙ୍କ ଫଟୋରେ 'କ୍ରାସ୍' (ମୂର୍ଖ) ଲେଖାଯାଇଛି ।

ଫଟୋ କୋଲାଜକୁ ରିଟ୍ବିଟ କରି କଙ୍ଗନା ଲେଖିଛନ୍ତି, 'ତୁମେ ଏସବୁ କଣ ​​କହୁଛ? ଏମିତି ଅଟନ୍ତି କି ସ୍ବରା? '

ଯାହାକୁ ନେଇ ୟୁଜର୍ସମାନେ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଥିଲେ ।

ଏହା ଉପରେ କଙ୍ଗନା ଲେଖିଛନ୍ତି ଯେ, ବିରକ୍ତ ଦିନରେ ଭାବିଲି ସ୍ବରାଙ୍କୁ ଟିକେ ଚିଡେଇବି ।

ଯାହା ଉପରେ ସ୍ବରା ଏକ ମଜାଦାର ଉତ୍ତର ଦେଇଥିଲେ, ତୁମର ବିରକ୍ତିକୁ ହ୍ରାସ କରିବାରେ ସାହାଯ୍ୟ କରି ମୁଁ ଖୁସି । ତୁମେ ଜାଣ ଯେ ମୁଁ ତୁମକୁ ଭଲ ପାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.