ETV Bharat / sitara

ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ ରାଉତ - ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା

ମୁମ୍ବାଇ ପୋଲିସକୁ କଙ୍ଗନା ରଣାୱାତ ସମାଲୋଚନା କରିବା ପରେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ । ଏନେଇ ସଞ୍ଜୟ ରାଉତ କଙ୍ଗନାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା । ଅଧିକ ପଢନ୍ତୁ...

ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ ରାଉତ

author img

By

Published : Sep 6, 2020, 1:36 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ କ୍ଷମା ମାଗିବାକୁ ମନା କଲେ ସଞ୍ଜୟ ରାଉତ । ମୁମ୍ବାଇକୁ ପୋଲିସକୁ ସମାଲୋଚନା କରିଥିବା କଙ୍ଗନା ମହାରାଷ୍ଟ୍ରକୁ କ୍ଷମା ମାଗିବାକୁ ହେବ । ତେବେ ଯାଇ ସେ କ୍ଷମା ମାଗିବା କଥା ଚିନ୍ତା କରିବେ ବୋଲି ସଞ୍ଜୟ ରାଉତ କହିଛନ୍ତି ।

ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି, କଙ୍ଗନା ମୁମ୍ବାଇକୁ ମିନି ପାକିସ୍ତାନ ସହ ତୁଳନା କରିଛନ୍ତି । ହେଲେ ଅହମ୍ମଦାବାଦ ବିଷୟରେ ମଧ୍ୟ ସେ କହିବାକୁ ସାହସ ଅଛି କି ? ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିଲେ । ଯାହାକୁ ନେଇ ଶିବସେନା ମୁଖ୍ୟପାତ ସଞ୍ଜୟ ରାଉତ କଙ୍ଗନା ମୁମ୍ବାଇକୁ ନ ଆସିବାକୁ ଧମକ ଦେଇଥିଲେ । ଏନେଇ କଙ୍ଗନା ଗୁରୁବାର ନିଜ ଟ୍ବିଟରରେ ଜଣାଇଥିଲେ । ଏଥିସହ କଙ୍ଗନା ମୁମ୍ବାଇକୁ ପାକ୍‌ ଅଧିକୃତ ଅଞ୍ଚଳ ବୋଲି ମଧ୍ୟ କହିଥିଲେ ।

କଙ୍ଗନା ଆହୁରି କହିଥିଲେ, ଯଦି ମୁଁ ନିଜକୁ ଅସୁରକ୍ଷିତ ମନେ କରେ, ତେବେ ଏହାର ଅର୍ଥ ନୁହେଁ ମୁଁ ଇଣ୍ଡଷ୍ଟ୍ରି କିମ୍ବା ମୁମ୍ବାଇକୁ ଘୃଣା କରେ ନାହିଁ । ଶିବସେନା ସାଂସଦ କଙ୍ଗନାଙ୍କୁ ମିଥ୍ୟା କହୁଥିବା ଅଭିଯୋଗ ଆଣିଥିଲେ । ମୁମ୍ବାଇ କଙ୍ଗନାକୁ ବହୁତ କିଛି ଦେଇଛି ଏବଂ ସେ ବର୍ତ୍ତମାନ ସାରା ବିଶ୍ୱରେ ମୁମ୍ବାଇ ଏବଂ ମୁମ୍ବାଇ ପୋଲିସର ନାମକୁ ଅସମ୍ମାନ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.