ମୁମ୍ବାଇ: ନୂଆବର୍ଷରେ ଓଡ଼ିଶା ଆସିବେ ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ । ସେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ । ଏନେଇ ସେ ନିଜେ ଟ୍ବିଟ କରି ନୂଆବର୍ଷର ପ୍ଲାନିଂ ବିଷୟରେ ଫ୍ୟାନ୍ସମାନଙ୍କୁ କହିଛନ୍ତି ।
-
कुछ साल पहले मैंने माताजी के साथ काशीविश्वनाथ जी के दर्शन किए, मैंने सात ज्योतिर्लिंग के दर्शन किए हैं, में चाहती हूँ कि २०२१ में केदारनाथ जाकर मेरे आठ ज्योतिर्लिंग के दर्शन हो जाएँ, अगले साल मैं पूरी जगन्नाथ भी जाना चाहती हूँ, और आप? 🙂 pic.twitter.com/TvMUJfu0OZ
— Kangana Ranaut (@KanganaTeam) December 22, 2020 " class="align-text-top noRightClick twitterSection" data="
">कुछ साल पहले मैंने माताजी के साथ काशीविश्वनाथ जी के दर्शन किए, मैंने सात ज्योतिर्लिंग के दर्शन किए हैं, में चाहती हूँ कि २०२१ में केदारनाथ जाकर मेरे आठ ज्योतिर्लिंग के दर्शन हो जाएँ, अगले साल मैं पूरी जगन्नाथ भी जाना चाहती हूँ, और आप? 🙂 pic.twitter.com/TvMUJfu0OZ
— Kangana Ranaut (@KanganaTeam) December 22, 2020कुछ साल पहले मैंने माताजी के साथ काशीविश्वनाथ जी के दर्शन किए, मैंने सात ज्योतिर्लिंग के दर्शन किए हैं, में चाहती हूँ कि २०२१ में केदारनाथ जाकर मेरे आठ ज्योतिर्लिंग के दर्शन हो जाएँ, अगले साल मैं पूरी जगन्नाथ भी जाना चाहती हूँ, और आप? 🙂 pic.twitter.com/TvMUJfu0OZ
— Kangana Ranaut (@KanganaTeam) December 22, 2020
ମଙ୍ଗଳବାର କଙ୍ଗନା ନିଜ ମା’ଙ୍କର ସହିତ ଏକ ଫଟୋ ସେୟାର କରି ଟ୍ବିଟ୍ କରି କହିଛନ୍ତି ଯେ, କିଛି ବର୍ଷ ତଳେ ମୁଁ ମୋ ମା’ଙ୍କ ସହିତ କାଶୀ ବିଶ୍ବନାଥଜୀଙ୍କ ଦର୍ଶନ କରିଥିଲି । ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଥିଲି । ଏବେ ନୂଆବର୍ଷରେ ମୁଁ କେଦାରନାଥ ଯାଇ ସେଠାରେ ଆଠଟି ଜ୍ୟୋର୍ତିଲିଙ୍ଗର ଦର୍ଶନ କରିବାକୁ ଚାହୁଁଛି । ଏଥିସହ ଓଡ଼ିଶାର ପୁରୀ ଜଗନ୍ନାଥ ଧାମ ଯିବା ପାଇଁ ମଧ୍ୟ ଚାହୁଁଛି, ଆଉ ଆପଣମାନେ ?
ଏହାପୂର୍ବରୁ ଗତ କିଛି ଦିନ ତଳେ କଙ୍ଗନା ଏକ ମନ୍ଦିର ତୋଳିବା ପାଇଁ କହିଥିଲେ ।
ପ୍ରକାଶ ଥାଉ ଯେ, ନିକଟରେ କୁଇନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’ର ଶୁଟିଂ ଶେଷ କରି ମୁମ୍ବାଇ ଫେରିଛନ୍ତି । ଏଥିରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ସେହିପରି କଙ୍ଗନା ତାଙ୍କର ଆଉ ଏକ ଆକ୍ସନ ଫିଲ୍ମ ‘ଧାକଡ’ର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାବ୍ୟତୀତ ସେ ଫିଲ୍ମ ‘ତେଜସ୍’ରେ ମଧ୍ୟ ନଜର ଆସିବେ ।